ଓଡିଶା

ନେତାଙ୍କ ନଜରରେ ଯୁବ ଭୋଟର୍‌: ମନ ଜିଣିବା ଲାଗି ରାଜନୈତିକ ଦଳ ଆପଣାଇଲେଣି ଭିନ୍ନ ଭିନ୍ନ କୌଶଳ – bajravana

[ad_1]

ବାଲେଶ୍ବରରୁ ପ୍ରଥମଥର ପାଇଁ ମତାଧିକାର କରିବେ ୫୧,୪୬୩ ଭୋଟର୍‌

ବାଲେଶ୍ବର(ମନୋଜ ରାଉଳ): ୨୦୨୪ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇ ସାରିଲାଣି। ଏଥର ସବୁ ଦଳର ଫୋକ୍‌ସରେ ଅଛନ୍ତି ନୂଆ ଭୋଟର। ବିଶେଷ କରି ଯୁବ ଭୋଟରଙ୍କ ମନ ଜିଣିବା ପାଇଁ କିଛି ବି ସୁଯୋଗ ଛାଡ଼ିବା ମୁଡ୍‌ରେ ନାହାନ୍ତି ରାଜନୈତିକ ଦଳ। ଏ ଦିଗରେ ସବୁଠୁ ଆଗରେ ଅଛନ୍ତି ବିଜେପି ଓ ବିଜେଡି। ପଞ୍ଚାୟତରୁ ନେଇ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଜେପି କରୁଛି ନବ ମତଦାତା ସମ୍ମିଳନୀ। ସେମିତି ବିଜେଡି ମଧ୍ୟ ‘ନୂଆ ଓ’ କାର୍ଯ୍ୟକ୍ରମ ଜରିଆରେ କ୍ୟାମ୍ପସ୍ କାର୍ଯ୍ୟକ୍ରମକୁ ଜୋରଦାର କରିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ କରୁଛି। ଅବଶ୍ୟ ଯୁବ ଭୋଟର କେଉଁଆଡେ ଢଳିବେ ସିଏ ତ ଭିନ୍ନ କଥା, କିନ୍ତୁ କ୍ୟାମ୍ପସ୍‌ ରାଜନୀତି ଏବେ ସମସ୍ତଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି।
ନିର୍ବାଚନ ଲଢ଼ିବାକୁ ଥିବା ଆଶାୟୀ ନେତା ଓ ସେମାନଙ୍କ ସହଯୋଗୀ ନୂତନ ଭାବେ ସାମିଲ୍‌ ହୋଇଥିବା ଯୁବ ଭୋଟରଙ୍କ ଉପରେ ଆଖି ପକାଇଛନ୍ତି। ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ଏଥର ୧୮ରୁ ୧୯ ବର୍ଷ ବୟସର ୫୧୪୬୩ ଜଣ ନୂଆ ଭୋଟର ପ୍ରଥମଥର ପାଇଁ ମତଦାନ ସାବ୍ୟସ୍ତ କରିବେ। ଜିଲ୍ଲାରେ ମୋଟ୍‌ ମତଦାତାଙ୍କ ସଂଖ୍ୟା ୧୮ ଲକ୍ଷ ୬୮ ହଜାର ୧୨୦ ହୋଇଥିବା ବେଳେ ଜଳେଶ୍ବର ନିର୍ବାଚନ ମଣ୍ଡଳୀରେ ୨,୫୧,୬୮୬, ଭୋଗରାଇ ନିର୍ବାଚନ ମଣ୍ଡଳୀରେ ୨,୩୧,୪୦୯, ବସ୍ତା ନିର୍ବାଚନ ମଣ୍ଡଳୀରେ ୨,୪୨,୩୨୫, ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରେ ୨,୨୫,୫୨୫, ରେମୁଣା ନିର୍ବାଚନ ମଣ୍ଡଳୀରେ ୨,୨୫,୭୪୮, ନୀଳଗିରି ନିର୍ବାଚନ ମଣ୍ଡଳୀରେ ୨,୧୩,୩୬୦, ସୋର ନିର୍ବାଚନ ମଣ୍ଡଳୀ​ରେ ୨,୨୪,୪୯୦, ସିମୁଳିଆ ନିର୍ବାଚନ ମଣ୍ଡଳୀରେ ୨,୫୩,୫୭୭ ମତଦାତା ତାଲିକାଭୁକ୍ତ ହୋଇଛନ୍ତି। ସେହିପରି ପୁରୁଷ ଭୋଟର ସଂଖ୍ୟା ୯,୫୧,୮୫୨ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୯,୧୬,୧୨୪ ଓ ସମଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୧୪୪। ଏହାଛଡ଼ା ୮୦ ବର୍ଷ ଓ ତା’ ଠାରୁ ଅଧିକ ଭୋଟରଙ୍କ ସଂଖ୍ୟା ୪୦,୯୭୨ ରହିଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୨୫୩୯୧।
୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ବର ସଦର ଓ ନୀଳଗିରି ନିର୍ବାଚନ ମଣ୍ଡଳୀକୁ ବିଜେପି ନିଜ କବ୍‌ଜାକୁ ନେବାରେ ସଫଳ ହୋଇଥିବା ବେଳେ ଅବଶିଷ୍ଟ ୫ଟି ନିର୍ବାଚନ ମଣ୍ଡଳୀକୁ ବିଜେଡି ନିଜ ଅକ୍ତିଆରରେ ରଖିଥିଲା। ପରବର୍ତ୍ତୀ ସମୟରେ ୨୦୨୦ ଉପନିର୍ବାଚନରେ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀକୁ ବିଜେପିଠାରୁ ଛଡ଼ାଇ ଆଣିଥିଲା ବିଜେଡି। ତେବେ ଏଥର ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର୍‌ ହେବ ବୋଲି ଆଭାସ ମିଳିଲାଣି। ସେପଟେ ସଂଗଠନ ଦୁର୍ବଳ ଯୋଗୁଁ ଚଳଚଞ୍ଚଳ ହୋଇ ପାରୁନଥିବା କଂଗ୍ରେସ ମଧ୍ୟ ଭୋଗରାଇ, ଜଳେଶ୍ବର, ବାଲେଶ୍ବର ଓ ରେମୁଣା ବିଧାନସଭା ଆସନରେ ଯୁବ ମତଦାତାଙ୍କୁ ​​ନେଇ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛି। ଏ ପରିପ୍ରେକ୍ଷୀରେ ଟିକେଟ୍‌ ଆଶାୟୀମାନେ ଯୁବ ଭୋଟରମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ବିଭିନ୍ନ ରଣକୌଶଳ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button