ଓଡିଶା

ଭିଜିଲାନ୍ସ ଜାଲରେ ଇଡ୍‌କୋ ସିଜିଏମ୍‌: ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ – bajravana

[ad_1]

ପୈତୃକ ଘର ସମେତ ୭ ସ୍ଥାନରେ ଚଢ଼ଉ

ଭୁବନେଶ୍ବର: ଦ୍ବୈତନଗରୀରେ ଏକାଧିକ କୋଠା ସାଙ୍ଗକୁ ବିଳାସପୂର୍ଣ୍ଣ ଘର। ପ୍ରମୁଖ ସ୍ଥାନରେ ପ୍ଲଟ୍‌। ବ୍ୟାଙ୍କ ଆକାଉଣ୍ଟ୍‌ରେ ବି ପୁଳାପୁଳା ଟଙ୍କା, ବିପୁଳ ସୁନାଗହଣା। ଭୁବନେଶ୍ବର ଇଡ୍‌କୋ ଚିଫ୍‌ ଜେନେରାଲ୍‌ ମ୍ୟାନେଜର(ସିଜିଏମ୍‌) ସରୋଜକାନ୍ତ ମହାନ୍ତିଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସର ଆଖି ଖୋସି ହୋଇଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୭ଟି ଟିମ୍‌ ରାଜଧାନୀର ଇଡ୍‌କୋ ଟାୱାରରେ ଥିବା କାର୍ଯ୍ୟାଳୟ, ଚନ୍ଦ୍ରଶେଖରପୁରସ୍ଥିତ ଆବାସିକ ଘର ସମେତ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦାସ୍ଥିତ ପୈତୃକ ଘର ଆଦି ୭ଟି ସ୍ଥାନରେ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା।

ଚଢ଼ଉ ବେଳେ ଭୁବନେଶ୍ୱର ଶୈଳଶ୍ରୀବିହାର ଓ କଟକ‌ ବାରଙ୍ଗ ଅଞ୍ଚଳରେ ଥିବା ଦୁଇଟି ଥ୍ରି ବିଏଚ୍‌କେ ଫ୍ଲାଟ, ମହାନଦୀବିହାରରେ ୬୨୦୦ ବର୍ଗଫୁଟ୍‌ରେ ନିର୍ମିତ ୩ମହଲା କୋଠା, ଯାଜପୁର ଧର୍ମଶାଳାରେ ୩୩୦୦ ବର୍ଗଫୁଟ୍‌ ଥିବା ଦୁଇ ମହଲା କୋଠା ଆଦି ଠାବ କରାଯାଇଛି। ଜବତ କୋଠା, କମ୍ପ୍ଲେକ୍ସ, ଆପାର୍ଟମେଣ୍ଟର ମୂଲ୍ୟ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ବର ଓ କଟକର ପ୍ରମୁଖ ଅଞ୍ଚଳରେ ୧୦ଟି ପ୍ଲଟ୍‌ ମଧ୍ୟ ଠାବ ହୋଇଛି। ଏଥିରୁ ୭ଟି ପ୍ଲଟ ଦୁଇ ସହରର ପ୍ରମୁଖ ଅଞ୍ଚଳରେ ରହିଛି। ଯାହାର ପ୍ରକୃତ ମୂଲ୍ୟ ୩ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ଏହାଛଡ଼ା ତାଙ୍କର ବିଭିନ୍ନ ବ୍ୟାଙ୍କ୍‌ରେ ଥିବା ଏକାଧିକ ଆକାଉଣ୍ଟ ଓ ଇନ୍‌ସ୍ୟୁରାନ୍ସ ଜମାକୁ ଠାବ କରାଯାଇଛି।‌ ସେଥିରେ ୭୦.୫୫ଲକ୍ଷରୁ ଅଧିକ ଟଙ୍କା ଜମା ଥିବା ଜଣାପଡ଼ିଛି। ଘରୁ ନଗଦ ଟଙ୍କା, ୭୦୩ ଗ୍ରାମର ସୁନାଗହଣା, ସାଢ଼େ ୨୦ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଗୋଟିଏ ଚାରିଚକିଆ ଓ ୨ଟି ବାଇକ୍‌ ମଧ୍ୟ ଠା‌ବ ହୋଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଭିଜିଲାନ୍ସ ଅଧିକାରୀ ଚଢ଼ଉ ଜାରି ରଖିବା ସହ ସମ୍ପତ୍ତି, ଗହଣା, ବ୍ୟାଙ୍କ ଜମା ଆଦିର ହିସାବ କରୁଛନ୍ତି। ତେଣୁ ଆୟ ବହିର୍ଭୂତ ସମ୍ପତ୍ତି ଢେର ଅଧିକ ହେବ ବୋଲି ଅନୁମାନ କରାଯାଉଛି। ୧୦ ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୬ ଜଣ ଇନ୍‌ସପେକ୍ଟର ଅନ୍ୟ କର୍ମଚ‌ାରୀ ୭ଟି ସ୍ଥାନରେ ଚଢ଼ଉ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button