ସ୍ୱାସ୍ଥ୍ୟ
ଏସବୁ ଖାଇଲେ ଆଉ ଝଡିବ ନାହିଁ କେଶ : ଜାଣନ୍ତୁ ଏହା ବିଷୟରେ… – bajravana
[ad_1]
କେଶ ଝଡିବା ସଭିଁଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ଏହା କେବଳ ବୟସ ଅଧିକ ହେଲେ ନୁହେଁ ବରଂ ସଭିଁଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଖରାପ ଜୀବନଶୈଳୀ କାରଣରୁ ଏହି ସମସ୍ୟା ଅଧିକ ବଢି ଯାଇଛି । ଆପଣଙ୍କ କେଶ ଅଧିକ ଝଡୁଥିଲେ,ନିଜ ଖାଦ୍ୟପେୟରେ କିଛି ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ ।
କେଶ ମଜଭୂତ, ଘନ, ଲମ୍ବା ପାଇଁ ପ୍ରୋଟିନ୍ ନିତାନ୍ତ ଜରୁରୀ। ତେଣୁ ନିଜ ଖାଦ୍ୟରେ ଅଣ୍ଡା,ମାଛ ଆଦି ସାମିଲ କରିବା ଆବଶ୍ୟକ । ସୁସ୍ଥ କେଶ ପାଇଁ ନିଜ ଖାଦ୍ୟରେ ଭିଟାମିନ ନିଶ୍ଚୟ ସାମିଲ କରନ୍ତୁ। ଭିଟାମିନ ଇ ଓ ଭିଟାମିନ ଏ କେଶ ମୂଳରେ ସୁଚାରୁ ରୂପେ ରକ୍ତ ସଞ୍ଚାଳନ କରିବାରେ ସହାୟକ ହୋଇଥାଏ ।
ଅତିରିକ୍ତ କେଶ ଝଡୁଥିଲେ କେଶ ମୂଳରେ ରସୁଣ,ପିଆଜ ରସ ମାଲିସ କରନ୍ତୁ । କେଶକୁ ମଜଭୂତ ଓ ଘନ କରିବା ପାଇଁ କେଶ ମୂଳରେ ଏହାକୁ ମାଲିସ କରନ୍ତୁ। କେଶକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟରେ ଅଣ୍ଡା, ବାଦାମ, ପିଆଜ,କନ୍ଦମୂଳ , ଓଟସ୍ ଆଦି ସାମିଲ କରନ୍ତୁ।
[ad_2]