୨୬ ମନିଟରିଂ ଷ୍ଟେସନ୍ରେ ନଦୀଜଳ ପ୍ରଦୂଷିତ – bajravana
[ad_1]
ଭୁବନେଶ୍ବର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ରାଜ୍ୟର ୧୧ଟି ନଦୀର ୧୨୯ ସ୍ଥାନରେ ଜଳର ଗୁଣାତ୍ମକ ମାନକୁ ନିୟମିତ ପରୀକ୍ଷା କରାଯାଉଛି। ମହାନଦୀ, ବ୍ରହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, କୋଲାବ, ବଂଶଧରା, ଇନ୍ଦ୍ରାବତୀ ଓ ବାହୁଡ଼ା ନଦୀର ଜଳର ବ୍ୟାବହାରିକ ଗୁଣବତ୍ତା ପରୀକ୍ଷା ହେଉଛି। ଏଥିରେ ପିଏଚ୍, ଡିଜଲଭ୍ଡ ଅକ୍ସିଜେନ୍(ଡିଓ), ବାୟୋଲୋଜିକାଲ ଅକ୍ସିଜେନଲ ଡିମାଣ୍ଡ(ବିଓଡି), ଟୋଟାଲ କଲିଫର୍ମ(ଟିସି) ବ୍ୟାକ୍ଟେରିଆ ପରୀକ୍ଷା ହେଉଥିବା ବେଳେ ୨୬ ମନିଟରିଂ ଷ୍ଟେସନ୍ରେ ନଦୀ ଜଳ ଉଦ୍ଦିଷ୍ଟ ମାନ ଦଣ୍ଡ ଭିତରେ ନ ଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ।
Sambad is now on WhatsApp
Join and get latest news updates delivered to you via WhatsApp
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଅମାତ କହିଛନ୍ତି ଯେ ୧୩ଟି ସ୍ଥାନରେ ନଦୀ ଜଳରେ ଉଭୟ ବିଓଡି ଓ ଟିସି, ଗୋଟିଏ ସ୍ଥାନରେ ବିଓଡି, ୨ଟି ସ୍ଥାନରେ ଡିଓ ଓ ୧୦ଟି ସ୍ଥାନରେ ଟିସି ଉଦ୍ଦିଷ୍ଟ ମାନର ମଧ୍ୟରେ ରହୁନାହିଁ। ଅବଶିଷ୍ଟ ୧୦୩ଟି ସ୍ଥାନରେ ନଦୀ ଜଳର ଗୁଣାତ୍ମକ ମାନ ଉଦ୍ଦିଷ୍ଟ ମାନ ଭିତରେ ରହୁଛି। ନଦୀ ଦଳ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ରାଜ୍ୟର ୬ଟି ସହରରେ ୩୭୧ ଏମ୍ଏଲ୍ଡି ପରିମାଣର ୧୩ଟି ଏସ୍ଟିପି ଏବଂ ୧୧୦ଟି ସିପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ହୋଇଛି। ନଦୀ ଜଳର ପ୍ରଦୂଷଣ ସଂପର୍କରେ ବୋର୍ଡ ଅବଗତ ହେବା ପରେ କ୍ରମାଗତଭାବେ ସଂପୃକ୍ତ ପୌରାଞ୍ଚଳ ଅଧିକାରୀମାନଙ୍କୁ ଅବଗତ କରୁଛନ୍ତି। ପ୍ରଦୂଷଣ ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି। ଏହାସହ ସଂପୃକ୍ତ ଜିଲ୍ଲା ଅଧିକାରୀ, ରାଜ୍ୟ ଗୃହ ଓ ଉନ୍ନୟନ ବିଭାଗ, ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ, ରାଜ୍ୟ ଜଳ ଯୋଗାଣ ଓ ପରିମଳ ପରିଷଦକୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।
ସେହିପରି ରାଜ୍ୟର ୧୮ଟି ସହରରେ ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ଦ୍ବାରା ପ୍ରଦୂଷଣର ମାତ୍ରା ନିର୍ଦ୍ଧାରଣ କରାଯାଉଛି। ୨୦୨୩ରେ ବାୟୁର ଗୁଣବତ୍ତା ସୂଚକାଙ୍କ ବା ଏକ୍ବ୍ୟୁଆଇ ଏହି ସମୟରେ ସନ୍ତୋଷଜନକ ବା ମଧ୍ୟମ ମାନ ଭିତରେ ରହୁଛି। କିଛି ସ୍ଥାନରେ କେବଳ ଧୂଳିକଣା(ପିଏମ୍୧୦), ସୂକ୍ଷ୍ମ ଧୂଳିକଣା(ପିଏମ୍୨୫)ର ମାନ ନିର୍ଦ୍ଧାରିତ ମାନରୁ ଅଧିକ ରହୁଛି। ଏହାର ପ୍ରତିକାର ପାଇଁ ଭୁବନେଶ୍ବର, କଟକ, ରାଉରକେଲା ଆଦି ସହରରେ ରାସ୍ତାଘାଟରେ ଜମି ହୋଇଥିବା ଧୂଳିକଣାକୁ ସଫା କରିବା ପାଇଁ ମେକାନିକାଲ ସ୍ବିପର ନିୟୋଜିତ କରାଯାଇଛି। ରାସ୍ତାରୁ ଧୂଳିକଣାକୁ ପ୍ରଶମିତ କରିବା ପାଇଁ ୱାଟର ମିଷ୍ଟ କ୍ୟାନନ ବା ଜଳସିଞ୍ଚନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରିବେଶ ମନ୍ତ୍ରାଳୟଠାରୁ ମିଳିଥିବା ଅର୍ଥରଶିକୁ ରାଜ୍ୟର ୭ଟି ନନ୍ ଆଟେନମେଣ୍ଟ ସିଟିମାନଙ୍କର ବାୟୁ ପ୍ରଦୂଷଣ ନିରାକରଣ ପାଇଁ ବିନିଯୋଗ କରାଯାଉଛି। ବାୟୁ ପ୍ରଦୂଷଣ ନିରାକରଣ ପାଇଁ ବୃକ୍ଷରୋପଣ, ରାସ୍ତାଘାଟର ନିୟମିତ ସଫେଇକରଣ ସହ ଜଳସିଞ୍ଚନ ବ୍ୟବସ୍ଥା, ପକ୍କା ରାସ୍ତା ନିର୍ମାଣ ଆଦି ପଦ୍ଧତିକୁ ଅବଲମ୍ବନ କରିବା ପାଇଁ ନଗର ନିଗମ ତଥା ପୌରପାଳିକା କର୍ତ୍ତୃପକ୍ଷଙ୍କୁ ବୋର୍ଡ ତରଫରୁ ନିର୍ଦ୍ଦେଶନାମା ଦିଆଯାଇଛି। ପ୍ରଦୂଷର ଜନିତ ବ୍ୟାଧି ଓ ଚିକିତ୍ସା ବାବଦରେ ନିଆଯାଉଥିବା ବ୍ୟବସ୍ଥା ସଂପର୍କିତ ତଥ୍ୟ ସଂଗ୍ରହ କରାଯାଉଥିବା ସେ କହିଛନ୍ତି।
[ad_2]