ଉତ୍କଳ ବିଶ୍ୱବିଦ୍ୟାଳୟରେ ସହିଦ ଦିବସ ପାଳିତ – bajravana
[ad_1]
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ, ବିଶ୍ୱବିଦ୍ୟାଳୟ ଆଲମ୍ନାଇ କନେକ୍ଟ ଏବଂ ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଆଜି ମିଳିତ ଭାବେ ସହିଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଅହିଂସା ସ୍ଥଳରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ସଫେଇ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଫେସର ଆଚାର୍ଯ୍ୟ ଏବଂ ପୁରାତନ ଛାତ୍ରସଂଘ ଉପସଭାପତି ରଘୁନାଥ ପୃଷ୍ଟି ଗାନ୍ଧିଜୀଙ୍କ ଦର୍ଶନ ଉପରେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସତ୍ୟ ଓ ଅହିଂସା ପଥରେ ଚାଲିବା ପାଇଁ ପରାମର୍ଶ ଦେଇଥିଲେ।
ଏନ୍ଏସ୍ଏସ୍ ଶାଖା ମୁଖ୍ୟ ଡକ୍ଟର ବି ଏନ୍ ପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ପୁରାତନ ଛାତ୍ରସଂଘ ଯୁଗ୍ମ ସମ୍ପାଦକ ଡକ୍ଟର ବୀରକିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲମ୍ନାଇ କନେକ୍ଟ ସଂଯୋଜକ ଡକ୍ଟର ସୁଜିତ ଆଚାର୍ଯ୍ୟ, ପ୍ରଫେସର ପ୍ରବୋଧ ହୋତା, ପ୍ରଫେସର କବୀର ସେଠୀ, ଡକ୍ଟର ଅନାମ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପୁରାତନ ଛାତ୍ରସଂଘ ପକ୍ଷରୁ ଯୁଗ୍ମ କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ତପନ ଜେନା, ଦିଲୀପ ମିଶ୍ର, ଡକ୍ଟର ତନ୍ମୟ ସ୍ବାଇଁ , ଡକ୍ଟର ନାରାୟଣ ତ୍ରିପାଠୀ, ଲକ୍ଷ୍ମୀଧର ଚାନ୍ଦ, ଡକ୍ଟର ମିତାଲୀ ମହାନ୍ତି ଏବଂ ବିଶ୍ବଜିତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
[ad_2]