ଓଡିଶା

ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣ: ୨ ଯବାନ ସହିଦ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ବାରା ଆଇଇଡି ବୋମା ବିସ୍ଫୋରଣ କରାଯାଇଛି। ଏଥିରେ ୨ ଯବାନ ସହିଦ ହୋଇଥିବାବେଳେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ର ନାରାୟଣପୁର ଜିଲାର ମାଓ ଅଧ୍ୟୁଷିତ ଓର୍ଚା, ମୋହାଣ୍ଡି ଏବଂ ଇରାକବତୀରୁ ଅଞ୍ଚଳରେ ଆଇଟିବିପି, ବିଏସ୍‌ଏଫ୍‌ ଓ ଡିଆରଜିର ଯବାନମାନେ ମିଳିତ ଭାବେ ମାଓ ଦମନ ପାଇଁ ତଲାସି ଅଭିଯାନ କରୁଥିଲେ।

ଯବାନଙ୍କ ଫେରିବାବେଳେ ମୋହନ୍ଦି ଜଙ୍ଗଲରେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୨ ଜଣ ଆଇଟିବିପି ଯବାନ ଗୁରୁତର ହୋଇଥିବାବେଳେ ନାରାୟଣପୁର ଜିଲା ପୁଲିସର ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଥିଲେ। ଗୁରୁତର ଯବାନ ଦ୍ୱୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ନାରାୟଣପୁରକୁ ହେଲିକପ୍ଟରର ଯୋଗେ ନିଆଯାଉଥିବା ବେଳେ ପାଗ ଖରାପ ଯୋଗୁଁ ହେଲିକପ୍ଟର ସଠିକ ସମୟରେ ପହଞ୍ଚି ପାରି ନଥିଲା। ସଠିକ ସମୟରେ ଚିକିତ୍ସା ଅଭାବରୁ ୨ ଯବାନ ସହିଦ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଅନ୍ୟ ଦୁଇଜଣ ଆହତ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାଯାଇଛି। ସହିଦ ଯବାନ ହେଲେ ଅମର ପାନୱାର୍ ଓ କେ.ରାଜେଶ। ଘଟଣାସ୍ଥଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ପୁଲିସ କହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button