news

ବାହୁଡିବେ ମହାପ୍ରଭୁ (ସୌମ୍ୟ ରଂଜନ ଦାସ)

ବାହୁଡିବେ ମହାପ୍ରଭୁ
– ସୌମ୍ୟ ରଂଜନ ଦାସ

ଗୁଣ୍ଡିଚା ଦିନରୁ ଚାହୁଁ ଚାହୁଁ ଏଠି
ନଅ ଦିନ ବିତିଗଲା,
ଦଶମ ଦିନରେ ମହାପ୍ରଭୁଙ୍କର
ବାହୁଡା ଯାତ ଆସିଲା । (୧)

ନଅ ଦିନ ପାଇଁ ଲକ୍ଷ୍ମୀ ମା ଙ୍କୁ ଯେ
ଏକା ଛାଡି ଯାଇଥିଲେ,
ଉଦାସରେ ଥିଲେ ଲକ୍ଷ୍ମୀ ଠାକୁରାଣୀ
ତାଙ୍କ ପରେ ରୁଷିଥିଲେ । (୨)

ହେରା ପଞ୍ଚମୀରେ ଅତ୍ୟନ୍ତ କ୍ରୋଧରେ
ରଥ କାଠ ଭାଙ୍ଗି ଦେଲେ,
ଦେଖି ସ୍ମିତ ହାସ୍ୟ ଦେଇଥିଲେ ପୁଣି
ମନ କଥା ବୁଝିଗଲେ । (୩)

ଶ୍ରୀମନ୍ଦିର କୁ ଯେ ବେଗିି ଫେରିବାକୁ
ମନସ୍ଥ ସିଏ କରିଲେ,
ବାହୁଡା ଯାତ୍ରାରେ ବାହୁଡିବା ପାଇଁ
ନିଜକୁ ପ୍ରସ୍ତୁତି କଲେ । (୪)
ଆର ବରଷକୁ ଏହି ଦିନେ ପୁଣି
ଆସିବାକୁ କଥା ଦେଲେ,
ଦୁଃଖ କରିବୁନି ମାଉସୀ ମା ଲୋ
ଏମିତି ବୁଝାଇ ଦେଲେ । (୫)

ବାହୁଡି ଆସିବେ ମହାପ୍ରଭୁ ଆଜି
ଭାଇ ଭଉଣୀଙ୍କୁ ଧରି,
ବିନା ଭକତରେ ବଡ ଦେଉଳକୁ
ଆସିବେ ସେ ପୁଣି ଫେରି । (୬)

ମହାମାରୀ ଏଠି ତାର ପ୍ରଭାବରେ
ସାରା ସୃଷ୍ଟି କୁ ଗ୍ରାସିଲା,
ଭକ୍ତ ଭଗବାନ ସମ୍ପର୍କ ମଧ୍ୟରେ
ପୂର୍ଣଛେଦ ଟାଣିଦେଲା । (୭)

ଭକତ ମେଳରେ ଗହଳି ଭିତରେ
ଯିଏ ଆସେ ଝୁଲି ଝୁଲି,
ଭାବର ଠାକୁର ଜନସମୁଦ୍ରକୁ
କେମିତି ପାରିବେ ଭୁଲି । (୮)
ଚକ୍ର ଆଢ଼ୁୁଆଳେ ରଖିଥା ପ୍ରଭୁୁ ହେ
ତୁମ ସୃଷ୍ଟି ସର୍ଜନାକୁ,
ଦୁଃଖ, କଷ୍ଟ ବ୍ୟାଧି ହରିନିଅ ପ୍ରଭୁ
ସାହା ହୁଅ ଜଗତକୁ । (୯)

କଳସପୁର,ହାସିନପୁର, ଯାଜପୁର
Mob:–୯୩୩୭୭୩୭୨୩୧ ୭୮୭୩୦୫୫୯୨୦

Related Articles

Leave a Reply

Your email address will not be published. Required fields are marked *

Back to top button