ଓଡିଶା

ମାଆ ତାରିଣୀଙ୍କ ପାଦରେ କରୋନା ବେଢି , ତ୍ରାଣକର୍ତ୍ତୀ ଆଜି ପରିତ୍ରାଣ ବିହୁନା

“ତାରିଣୀ’ ପୀଠରେ ଲକଡାଉନ ପ୍ରଭାବ ରୋଜଗାର ହରାଇଛନ୍ତି ଅନେକ ପରିବାର
ଘଟଗାଁ :-ମାଆ ତାରିଣୀଙ୍କ ପାଦରେ କରୋନାର ବେଢି , ତ୍ରାଣକର୍ତ୍ତୀ ଆଜି ସତେଅବା ପରିତ୍ରାଣ ବିହୁନା ହୋଇ ଯାଇଛନ୍ତି । କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଅନେକ ଲୋକ ନିଜର ଜିବନ ଜିବିକା ପାଇଁ ସଂଘର୍ଷ କରୁଛନ୍ତି । କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ର ମା\’ ତାରିଣୀ ପୀଠରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦିର୍ଘ ଦିନି ମାସ ହେବ ମା ଙ୍କ ମନ୍ଦିର ଲକଡାଉନ ପାଇଁ ବନ୍ଦ ରହିଥିବାରୁ ମନ୍ଦିର ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଶହଶହ ପରିବାର ଏବେ ଜୀବିକା ହରାଇଛନ୍ତି । ପତେକ ଦିନ ମା ‘ଙ୍କ ମନ୍ଦିର ପରିସର ଭକ୍ତଙ୍କ ଆଗମନରେ କୋଳାହଳ ମୟ ହୋଇପଡୁଥିବା ବେଳେ ଏବେ ମନ୍ଦିର ପରିସରରେ ଶୁନ୍ୟତା ରାଜୁତି କରୁଛି । ଘଟଗାଁ ମା’ ତାରିଣୀ ପୀଠର ମହିମା କେବଳ ଯେ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ମାଙ୍କ ମହିମା ରହିଛି । ମା”ଙ୍କ ନିକଟକୁ ମା’ଙ୍କ ପ୍ରିୟ ଭୋଗ ନଡିଆ ଟିଏ ମାନସିକ କଲେ ସନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ପ୍ରତେକ ଦିନ ଏହି ପୀଠରେ ଦୂର ଦୁରାନ୍ତରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ କରୋନା ପାଇଁ ଲକଡାଉନ ଫଳରେ ଏବେ ମନ୍ଦିରରେ ପଡିଛି ତାଲା । ମନ୍ଦିର ବନ୍ଦ ଯୋଗୁ ନା ଆସୁଛନ୍ତି ଭକ୍ତ ନା ଦର୍ଶନ ଦେଉଛନ୍ତି ‘ମା’ । ଜଦି କେହି ଭକ୍ତଟିଏ ଆସୁଛି ମାଙ୍କ ଦର୍ଶନ ନପାଇ ମନ୍ଦିର ମୁଖ୍ୟଦ୍ୱାର ସମ୍ମୁଖରୁ ମୁଣ୍ଡିଆ ଟିଏ ମାରି ଚାଲିଯାଉଛି । କିନ୍ତୁ ମାଙ୍କ ନିତି କାନ୍ତି ଯଥା ରିତି ପ୍ରତେକ ଦିନ ଚାଲୁରହିଛି । ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ଚତୃପାଶ୍ୱରେ ବିଭିନ୍ନ ବ୍ୟବସାୟର ପସରା ମେଲାଇଥାନ୍ତି ଅଂଚଳବାସୀ । ଯେପରି ପୂଜା ସାମଗ୍ରୀ ଦୋକାନ ,ନଡିଆରୁ ପ୍ରସ୍ତୁତ ନଡିଆ କୋରା,ନଡିଆ ତେଲ, ହୋଟେଲ ରେଷ୍ଟୁରାଣ୍ଟ,ମନ୍ଦାରଫୁଲ ବ୍ୟବସାୟୀ, ଟେରାକୋଟା ସାମଗ୍ରୀ ଆଦି ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଲକଡାନ ପାଇଁ ଏସବୁ ବ୍ୟବସାୟୀ ଏବେ ହାତ ବାନ୍ଧି ବସିଛନ୍ତି । କାଭାଁ କିଛି ଦୋନାକ ଖୋଲିଥିବା ବେଳେ ଭକ୍ତ ଆସୁନଥିବାରୁ ବ୍ୟବସାୟୀ ମାନ୍ଦା ରହିଛି । ଅନ୍ୟପଟେ ମନ୍ଦିର ର ଆୟ ମଧ୍ୟ ସମ୍ପୁର୍ଣ୍ଣ ହ୍ରାସ ପାଇଛି । ଭକ୍ତଙ୍କ ପ୍ରଦତ ଦାନ ଦଖିଣାରେ ପରିବାର ପୋଷୁଥିବା ମନ୍ଦିର ପୂଜକ ମାନେ ମଧ୍ୟ ରୋଜଗାର ହରାଇଛନ୍ତି । ଏଭଳି ପରିସ୍ଥିତିରେ ଶହଶହ ପରିବାର ରୋଜଗାର ହରାଇ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ତେବେ ଏହି କରୋନା ମହାମାରୀ କେବେ ଦୂର ହେବ ଓ ତାରିଣୀ ପୀଠ ପୁଣି ଚଳଚଂଳ ହେବ ଜୀବିକା ହରାଇ ବସିଥିବା ଜନସାଧାରଣ ମୁହଁରେ ହସ ଫୁଟିବ ତାକୁ ହିଁ ଅପେକ୍ଷା ।

Related Articles

Leave a Reply

Your email address will not be published. Required fields are marked *

Back to top button