ଓଡିଶା

ଲୋକକଳାରେ ‘ରୂପାନ୍ତରିତ ଓଡ଼ିଶା’ର ବାର୍ତ୍ତା: ପୁନର୍ଜୀବନ ପାଇବ ଲୋକକଳା – bajravana

[ad_1]

ଭୁବନେଶ୍ବର: ଓଡ଼ିଶାର ଲୋକକଳାକାରମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ। ଲୋକକଳାକାରମାନେ ରୋଜଗାରକ୍ଷମ ହେବା ସହ ପୁରପଲ୍ଲୀରେ ବାଣ୍ଟିବେ ରୂପାନ୍ତରିତ ଓଡ଼ିଶାର ବାର୍ତ୍ତା। ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜାଣିବେ ଓ ସରକାରଙ୍କ ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହେବେ। ଏକ ମାସ ଧରି ରାଜ୍ୟର ସବୁ ଗାଁରେ ଚାଲିବ ଏହି ଅଭିଯାନ। ପଞ୍ଜୀକୃତ ହୋଇଥିବା ୨୨ ହଜାର ଲୋକ କଳାକାର ଦଳ ରାଜ୍ୟର ୫୧ ହଜାର ୧୬୮ଟି ଗାଁରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରିବେ। ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା’ ଭଳି ଏକ ନିଆରା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶାର ଲୋକକଳାକାରମାନେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବାର୍ତ୍ତା ଲୋକଙ୍କୁ ଦେଇ ବହୁତ ଭଲ କାମ କରୁଛନ୍ତି। ଏହାଦ୍ୱାରା ଲୋକକଳାର ଆଦର ବଢ଼ୁଛି ଓ କଳାକାରମାନେ ରୋଜଗାର ପାଉଛନ୍ତି। ରାଜ୍ୟ ସରକାର କଳା ଓ କଳାକାରଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ। କଳା ଓ କଳାକାରମାନଙ୍କର ବିକାଶ ପାଇଁ ୨୦୧୦ରୁ କଳାକାର ସଂଘ ଗଠନ କରାଯାଇଛି। ଏହା ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇ ଏବେ ସବୁ ଜିଲ୍ଲା ଓ ବ୍ଲକ୍‌ରେ କାର୍ଯ୍ୟକାରୀ ହୋଇପାରିଛି। ‘ମିସନ ଶକ୍ତି’ ପରି ସବୁ କଳାକାର ସଂଘକୁ ଆହୁରି ମଜବୁତ କରାଯିବ। କଳାକାରମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାକାରମାନେ ମୋ ପରିବାରର ସଦସ୍ୟ ଭଳି। ଆପଣମାନେ ଭଲ କାମ ଜାରି ରଖନ୍ତୁ, ମୁଁ ଓ ରାଜ୍ୟ ସରକାର ସବୁବେଳେ ସହଯୋଗ ଯୋଗାଇ ଦେବୁ।

ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସବୁ କଳାକାର ସଂଘକୁ ମଜବୁତ କରାଯିବ
ଏକ ମାସ ଧରି ରାଜ୍ୟର ସବୁ ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଲେ, ଓଡ଼ିଶା ହେଉଛି ପାରମ୍ପରିକ କଳାର ଗନ୍ତାଘର। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ଜରିଆରେ କଳାକାରମାନେ ଆର୍ଥିକ ସ୍ତରରେ ଉପକୃତ ହୋଇପାରିବେ। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଲେ, ମୁଖ୍ୟମନ୍ତ୍ରୀ ଦୁଇଟି ବିଷୟ ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ପ୍ରଥମ କଥା ହେଲା କଳାକାରମାନଙ୍କୁ ସମ୍ମାନ ଦେଇ ଜିଲ୍ଲା ପ୍ରଶାସନ ସେମାନଙ୍କ ସମସ୍ତ ଦେୟ ତୁରନ୍ତ ପ୍ରଦାନ କରିବା ଉଚିତ୍। ଦ୍ୱତୀୟ କଥା ହେଲା ମିସନ ଶକ୍ତି ପରି କଳାକାରମାନଙ୍କ ସଂଘଗୁଡ଼ିକୁ ସୁଦୃଢ଼ କରିବାକୁ ଜିଲ୍ଲାପାଳ, ବିଡିଓ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ କହିଲେ, ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ୨୦୦୯-୧୦ ବର୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୂଖୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ୧୦ ବିଭାଗର ୧୫ଟି ଯୋଜନାର ପ୍ରଚାର ପ୍ରସାର କରାଯିବ। ଏହି ଅବସରରେ ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ-ସଭାପତି ସନ୍ତୋଷ କୁମାର ପାଢ଼ୀ ଓ ସୁନ୍ଦରଗଡ଼ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପସଭାପତି ଫକୀର ବାଡ଼ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଦେଇଥିଲେ।

ପୁନର୍ଜୀବନ ପାଇବ ଲୋକକଳା
ରାଜ୍ୟ ସରକାରଙ୍କ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା’ କାର୍ଯ୍ୟକ୍ରମ ଲୋକକଳାକୁ ପୁନର୍ଜୀବନ ଦେବ। କଳାକାରମାନେ ସେମାନଙ୍କ କଳା ଚାତୁରି ମାଧ୍ୟମରେ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ପାରମ୍ପରିକ ଦଣ୍ଡ ନାଚ, ରାସ, କରମା ସାନି ପାଲା, ଦାସକାଠିଆ, ସଂକୀର୍ତ୍ତନ, ଛଉ ନୃତ୍ୟ, ଘୋଡ଼ା ନାଚ, ମୋଗଲ ତାମସା, ପ୍ରହଲ୍ଲାଦ ନାଟକ, ଖଞ୍ଜଣି ଭଜନ, କେନ୍ଦରା ଗୀତ, ଚକୁଳିଆ ପଣ୍ଡା, ସମ୍ବଲପୁରୀ ନୃତ୍ୟ, ଘୁମୁରା ନୃତ୍ୟ, ଢାପ ନୃତ୍ୟ, ବଣ୍ଡା, କୋୟା, ସାନ୍ତାଳୀ, ପରଜା ଓ ଢେମସା ଆଦି ବିଭିନ୍ନ ପ୍ରକାରର ଲୋକଗୀତ, ଲୋକ, ଲୋକନୃତ୍ୟ ଓ ଲୋକ ନାଟକରେ କଳାକାରମାନେ ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ସରକାରଙ୍କ ଲୋକହିତକର ଉନ୍ନୟନ ମୂଳକ ଯୋଜନାଗୁଡ଼ିକୁ ପ୍ରଚାର ପ୍ରସାର କରି ଜନସାଧାରଣ ମାନଙ୍କୁ ସଚେତନତା କରିବା ଏହି ଅଭିଯାନର ମୂଳଲକ୍ଷ୍ୟ। ଏଥିପାଇଁ ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାର କଳାକାରମାନଙ୍କୁ ଜିଲ୍ଲା ଓ ବ୍ଲକସ୍ତରରେ ତାଲିମ ପ୍ରଦାନ କରିଛନ୍ତି। ଲୋକକଳା ମାଧ୍ୟମରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଗଲେ ଏହାର ପ୍ରଭାବ ଅଧିକ ରହିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button