ଓଡିଶା

ରାଣୀତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ – bajravana

[ad_1]

ରାଣୀତାଲ: ଭଦ୍ରକର ରାଣୀତାଲ ହାଇଟେକ କଲେଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ବାଇକ ଆରୋହୀମାନେ ମାର୍କୋଣା ଆଡ଼କୁ ଯାଉଥିବା ବେଳେ ପଛରୁ ଟ୍ରକ ଧକ୍କା ଦେଇଥିଲା। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜାତୀୟ ରାଜପଥ-୧୬ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ପରିବହନ ଆପ୍ ଅନୁସାରେ ଗାଡ଼ିଟି ବାସନ୍ତୀ ପ୍ରଧାନଙ୍କର। ତାଙ୍କ ଘର ତିହିଡ଼ି ବ୍ଲକ୍ ଭାଟପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଗାଡ଼ି ଚାଳକ ବାବୁଲା ପ୍ରଧାନ(୩୫) ଥିବା ଜଣାଯାଇଛି। ଅନ୍ୟ ଦୁଇ ମୃତକ ହେଲେ ଭାଟପଡ଼ା ଗ୍ରାମର ଜିତୁ ପ୍ରଧାନ ଓ ବାପି ପ୍ରଧାନ। ସେମାନେ ଦଶାହ କାମ ପାଇଁ ସୋର ଯାଉଥିଲେ ବୋଲି ସୂଚନା ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button