୭ ହଜାର ଟନ୍ ଲୁହାପଥର ଖଣ୍ଡ ଜବତ: ଓଏମ୍ଡିସି ଖଣିରେ ଚଢ଼ଉ, ଧରାପଡ଼ିଲା ବଡ଼ ଅନିୟମିତତା – bajravana
[ad_1]
ଯୋଡ଼ା: ଖଣି ପରିସରସ୍ଥ ଷ୍ଟାକ୍ରେ ଉପରେ ରହିଥିଲା ଗୁଣ୍ଡ ଲୁହାପଥର। ଦେଖିଲେ ଲାଗୁଥିଲା ଏହା ଗୁଣ୍ଡ ଲୁହାପଥର ଗଦା। ହେଲେ ଭିତରେ ଲୁଚାଇ ରଖାଯାଇଥିଲା ଲୁହାପଥର ଖଣ୍ଡ (ଲମ୍ପସ)। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳର ରୋଇଡ଼ାଠାରେ ଥିବା ଓଡ଼ିଶା ମିନେରାଲ୍ସ ଡେଭଲପମେଣ୍ଟ କମ୍ପାନି (ଓଏମ୍ଡିସି) ଖଣିରେ ଖଣି ବିଭାଗ ପକ୍ଷରୁ ଚଢ଼ଉ ବେଳେ ଏଭଳି ଚିତ୍ର ସାମନାକୁ ଆସିଛି। ଲୁହାପଥର ଗୁଣ୍ଡ ପରିବହନ ପାଇଁ ଅନୁମତି ପାଇଥିବା ଏହି ଖଣିରୁ ତଞ୍ଚକତା କରି ଲୁହାପଥର ଖଣ୍ଡ ପରିବହନ କରାଯାଉଥିବା ସନ୍ଦେହ କରାଯାଉଛି। ଖଣି ବିଭାଗ ଏଠାରେ ଗଚ୍ଛିତ ଥିବା ୭ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଖଣ୍ଡ ଜବତ କରିବା ସହ ଏହାର ଖୋଳତାଡ଼ ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଏମ୍ଡିସି ଖଣିକୁ ଲୁହାପଥର ଗୁଣ୍ଡ ପରିବହନ ଅନୁମତି ମିଳିଥିବା ବେଳେ ଏଠାରୁ ତଞ୍ଚକତା କରି ଲୁହାପଥର ଖଣ୍ଡ ପରିବହନ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ। ଏଭଳି ବେଆଇନ ଖଣିଜ ପରିବହନ ଯୋଗୁଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଥିବା ଅଭିଯୋଗ ଆସିଥିଲା। ଅଭିଯୋଗ ପାଇବା ପରେ ଯୋଡ଼ା ଖଣି ବିଭାଗ ପକ୍ଷରୁ ଉକ୍ତ ଖଣି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ବିଭାଗୀୟ ସ୍କ୍ବାଡ୍ ଖଣିରେ ଅତର୍କିତ ଚଢ଼ଉ କରିଥିଲା। ଖଣି ପରିସରେ ଥିବା ଷ୍ଟାକ୍କୁ ଦେଖି ସନ୍ଦେହ ହେବାରୁ ଷ୍ଟକ୍ ଖୋଳି ଯାଞ୍ଚ କରାଯାଇଥିଲା। ଗୁଣ୍ଡ ଲୁହାପଥର ଭିତରେ ବଡ଼ବଡ଼ ଲୁହାପଥର ପୋତା ଯାଇଥିବା ଦେଖିବାକୁ ମିଳିଥିଲା। ପରେ ବିଭାଗୀୟ ସ୍କ୍ବାଡ୍ କାଗଜପତ୍ର ସାଙ୍ଗକୁ ଷ୍ଟକ୍ବୁକ୍ ଯାଞ୍ଚ କରିଥିଲା। ଷ୍ଟକ୍ବୁକ୍ରେ ବଡ଼ଲୁହାପଥର ଗଚ୍ଛିତ ଥିବା ଦର୍ଶାଯାଇ ନଥିଲା। ଏହି ଖଣିରୁ ବେଆଇନ ଭାବେ ଲୁହାପଥର ଗୁଣ୍ଡ ବଦଳରେ ଲୁହାପଥର ଖଣ୍ଡ ପରିବହନ ହେଉଥିବା ଖଣି ବିଭାଗ ସନ୍ଦେହ କରିଛି। ଖଣିରେ ଗଚ୍ଛିତ ଥିବା ୭ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଖଣ୍ଡକୁ ଜବତ କରାଯାଇଛି। ଲୁହାପଥର ଉତ୍ତୋଳନ ସମ୍ପର୍କିତ ସମସ୍ତ କାଗଜପତ୍ର ଓଏମ୍ଡିସି କର୍ତ୍ତୃପକ୍ଷଙ୍କୁ ମଗାଯାଇଥିବା ଖଣି ବିଭାଗ ପକ୍ଷରୁ କୁହାଯାଇଛି। କିଛି ପରିବହନ ଠିକାଦାର ଓ ସଂପୃକ୍ତ ଖଣିର କିଛି ଅସାଧୁ କର୍ମଚାରୀଙ୍କ ଜରିଆରେ ଏହି ବେଆଇନ କାରବାର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଲୋକେ ଦାବି କରିଛନ୍ତି।
[ad_2]