୧୦ ହଜାର ଟଙ୍କା ରେ ବନ୍ଧା ପଡିଛି ଶୈଶବ
ବ୍ରହ୍ମବରଦା –କରୋନା ମହାମାରୀ ଯୋଗୁଁ ସାରା ଦେଶ ଲକ୍ ଡାଉନ୍ ଥିବା ବେଳେ କରୋନା ମାହାମରୀରୁ ରକ୍ଷା ପାଇବା ପାଇଁ ସମସ୍ତେ ସାମାଜିକ ଦୁରତା ରକ୍ଷା କରି ନିଜ ନିଜ ଘରେ ସୁରକ୍ଷିତ ରହୁଛନ୍ତି । ଏହି ସମୟରେ କାର୍ଯ୍ୟ କରିବା ତ ଦୁର କଥା ଘରୁ ବାହାରକୁ ପାଦ କାଢିଲେ ହେଉଛି ଦୃଢ କାର୍ଯ୍ୟାନୁଷ୍ଠାନ , ମାତ୍ର ଶିଶୁ ଶ୍ରମିକ ଓ ସେମାନଙ୍କ ମାଲିକ ଙ୍କ ପକ୍ଷରେ ନା କରୋନା ଭୟ ନା ଲକ୍ ଡାଉନ ନିୟମର ଭୟ ରହିଛି, ତେଣୁ ଏହିପରି ଘଟଣା ଘଟିଛି ଯାଜପୁର ସଦର ଥାନା ସିମାନ୍ତ କାକୁଡିକୁଦ ମେଣ୍ଢ ଘୁସୁରିଆ ସାହିରେ ଯାହାକି ଏହି ଅଂଚଳରେ ବହୁ ସଂଖ୍ୟା ଘୁଷୁରୀ ଚାଷ କରୁଥିବା ବେଳେ କୁନୁି କୁନି ଶିଶୁ ମାନଙ୍କୁ ଘୁଷୁରି ଚରାଇବାରେ ନିୟୋଜିତ କରିଥାନ୍ତି । ସୂଚନା ଅନୁଯାୟୀ ପାଣିକୋଇଲିର ପଥରପଦା ଅଂଚଳରୁ ଏକ ଶିଶୁ ଶ୍ରମିକ ଚାଳାଣ କରୁଥିବା ଦଲାଲ ୨ ଜଣ ଶିଶୁକୁ ୧୦ହଜାର ଟଙ୍କା ଦେଇ ତାଙ୍କ ପରିବାର ପାଖରୁ ଆଣି ,ଜଣକୁ କେନ୍ଦ୍ରପଡାର ମହାକାଳପଡା ଅଂଚଳରେ ଓ ଅନ୍ୟ ଜଣକୁ ଯାଜପୁର ସଦର ଥାନା ନିକଟସ୍ଥ ମେଣ୍ଢ ଘୁସୁରିଆ ସାହିରେ ଏକ ବନ୍ଧକ ଶିଶୁ ଶ୍ରମିକ ଭାବେ ନିଯୁକ୍ତ କରିଛନ୍ତି । ସେଥିମଧ୍ୟରୁ କେନ୍ଦ୍ରପଡା ଜିଲ୍ଲା ପ୍ରଶାସନ ଜଣେ ଶିଶୁକୁ ଉଦ୍ଧାର କରି ଯାଜପୁର ର ନିଜ ଘରକୁ ପଠାଇଲା ପରେ ଅନ୍ୟ ଏକ ଶିଶୁର ଠିକଣା ପାଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁୂ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି, ଯାଜପୁର ସଦର ଥାନା ଅଧିକାରୀ ଓ ଶିଶୁ ପାଇଁ କାର୍ଯ୍ୟ କରୁଥିବା ମାସୁମ ଗ୍ରୁପ୍ ମିଳିତ ଭାବେ ଚଢାଉ କରିଥିଲେ ଓ ଶିଶୁ ଶ୍ରମିକ ମାଲିକ ପାଗାରାମ ଗେଡି ସମସ୍ତ କଥାକୁ ସ୍ୱୀକାର କରିବା ପରେ ଶିଶୁ ଟିକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ ରାଜି ହୋଇଛି । ଖବର ଲେଖା ହେଲା ବେଳକୁ ଶିଶୁଟି କଟକର ମାହାଙ୍ଗା ଅଂଚଳରେ ଘୁଷୁରି ଚରାଉଥିବାର ସୁଚନା ମଳିଛି । ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ ଲକଡାଉନ୍ ସମୟରେ ମାଳ ମାଳ ପ୍ରଶାସନ ଅଧିକାରୀ ଓ ପୋଲିସ୍ ପଇଁତରା ମାରୁଥିବା ବେଳେ ଏ ଦଲାଲ ମାଲିକ ମାନେ ଖୁଲମଖୁଲା ଭାବେ ସମସ୍ତ ଆଇନକୁ ଉଲଂଘନ କରି ଶିଶୁ ଶ୍ରମିକକୁ କାର୍ଯ୍ୟରେ ଲଗାଇବା ସାଧାରଣରେ ଆଲୋଚନାର ଖୋରାକ ଯୋଗାଇଛି ।ଏହାତ ଗଲା ଲକଡାଉନ କଥା କିନ୍ତୁ ପ୍ରଶାସନ ପ୍ରଥମେ ଏହିକଥା ବୁଝିବା ଦରକାର ଶିଶୁ ମାନଙ୍କୁ ଏହି ପରି କାର୍ଯ୍ୟରେ ନିୟୋଜିତ କରୁଥିବା ସଂସ୍ଥା ବା ର୍ୟାକେଟଙ୍କ ମୁହଁ ଖୋଲି ସେମାନଙ୍କୁ ବିହିତ ଦଣ୍ଡବିଧାନ କରାଯାଉ । ଶିଶୁ ସୁରକ୍ଷା ଲାଗି ଦେଶରେ ସମସ୍ତ ଆଇନ ବ୍ୟବସ୍ଥାକୁ ଯିଏ ପଦାଘାତ କରି ଏହିପରି ଅପରାଧ କରୁଛି ସେ ପ୍ରଥମେ ଶାସ୍ତି ପାଇବା କୁ ସାଧାରଣରେ ଦାବି ହେଉଛିା । ପୋଲିସ ବା ପ୍ରଶାସନ ଉଦ୍ଧାର କରିଦେଲେ କାର୍ଯ୍ୟ ସରିଯିବ ନାହିଁ । ଆଜି ସେ ଶିଶୁ ଗଲା କାଲି ପୁଣି ଆଉ କୋଉ ଶିଶୁ ଆସିବ । ଏହା ସେମାନଙ୍କର ଚିରାଚତିର ଦଲାଲି । ଏହି ଦଲାଲଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠନ ପାଇଁ ସାଧାରଣରେ ଦୃଢ ଦାବୀ ହେଉଛି ।