ରାଜନୀତି

ଇଣ୍ଡିଆ ମେଣ୍ଟର ବୈଠକକୁ ଆସିବେନି ମମତା – bajravana

[ad_1]

ନୂଆଦିଲ୍ଲୀ, ୧୩/୧ :  ଦେଶରେ ଶକ୍ତିଶାଳୀ ଦଳ ତଥା ଶାସକ ଦଳ ବିଜେପିକୁ ଟକ୍କର ଦେବା ପାଇଁ ଇଣ୍ଡିଆ ମେଂଟ ଜୋରଦାର ପ୍ରସ୍ତୁତି ଚଳାଇଛି । ଆଜି ମେଣ୍ଟର ଗୁରୁତ୍ଵପୃଣ୍ଣ ବୈଠକ । ଏହି ବୈଠକ ପୂର୍ବରୁ କିନ୍ତୁ ଜଣାପଡିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ବୈଠକରୁ ଓହରି ଯାଇଛନ୍ତି । ଆଜି ହେବାକୁ ଥିବା ଭର୍ଚୁଆଲ୍ ବୈଠକରେ ସେ ଯୋଗ ଦେବେ ନାହିଁ । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଇଣ୍ଡିଆ ଆଲାଏନ୍ସର ବୈଠକ ବସିବ । ଏହି ବୈଠକରେ ୧୪ଟି ଦଳର ନେତା ଏକାଠି ହେବେ ।  ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବାକୁ ମନା କରିଦେଇଛନ୍ତି । ପଶ୍ଚିମବଙ୍ଗରେ କଂଗ୍ରେସ ୮ରୁ ୧୦ଟି ଆସନ ଦାବି କରୁଥିବା ବେଳେ ଟିଏମସି କଂଗ୍ରେସକୁ ୨ରୁ ଅଧିକ ଆସନ ଦେବାକୁ ଚାହୁଁନାହିଁ । ଏହାକୁ ନେଇ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବିବାଦ ଦେଖାଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button