ରେଖାଙ୍କ ସଂପର୍କରେ କେତୋଟି ଅଳ୍ପ ଜଣା କଥା – bajravana
[ad_1]
କିଂବଦନ୍ତି ଅଭିନେତ୍ରୀ ରେଖାଙ୍କର ଜନ୍ମଦିନ ହେଉଛି ଅକ୍ଟୋବର ୧୦ ତାରିଖ। ୧୯୫୪ ମସିହାରେ ସେ ଜନ୍ମ ହୋଇଥିଲେ। ତେବେ ତାଙ୍କ ମୂଳନାମ ହେଉଛି ଭାନୁରେଖା ଜେମିନି ଗଣେଶନ। ତାଙ୍କ ବାପା ଜେମିନି ଓରଫ ରାମାସାମୀ ଗଣେଶନ ତାମିଲ ସିନେମା ଶିଳ୍ପର ଜଣେ ଜଣାଶୁଣା ଅଭିନେତା ଥିଲେ। ସେହିଭଳି ତାଙ୍କ ମାତା ପୁଷ୍ପାବଳି ମଧ୍ୟ ଥିଲେ ଜଣେ ତାମିଲ ଅଭିନେତ୍ରୀ। ଅଭିନୟ ଜଗତରେ ପାଦ ଥାପିବା ସମୟରେ ତେଲୁଗୁ ସିନେମା ଶିଳ୍ପରେ ତାଙ୍କୁ କିନ୍ତୁ ସମସ୍ତେ ରେଖା ନାମରେ ଡାକିଥିଲେ। ରେଖାଙ୍କର ଜଣେ ଭଉଣୀ ଥିବାବେଳେ ୫ ଜଣ ସାବତ ଭଉଣୀ ଏବଂ ଜଣେ ସାବତ ଭାଇ ରହିଛନ୍ତି। ସବୁଠୁ ବଡ଼କଥା ହେଲା ରେଖା କ୍ୟାମେରା ସାମ୍ନାକୁ ଆସିବାକୁ ଚାହୁ ନଥିଲେ କିମ୍ବା ତାଙ୍କ ମାଆଙ୍କ ଭଳି ଅଭିନେତ୍ରୀ ହେବାକୁ ଆଗ୍ରହୀ ନଥିଲେ। କିନ୍ତୁ ତାଙ୍କ ବ୍ୟକ୍ତିତ୍ବ ଭିତରେ ଯେ ଅଭିନୟର ଚମତ୍କାର ଯାଦୁ ରହିଛି ଏବଂ ଦୀର୍ଘଦିନ ଧରି ସେ ବଲିଉଡରେ ରାଜ୍ କରିବେ ତାହା ସେ ଜାଣି ନଥିଲେ। ଏକ ତେଲୁଗୁ ସିନେମାରେ ରେଖା ପ୍ରଥମ ଥର ପାଇଁ ଶିଶୁ ଚରିତ୍ରରେ ଆସିଥିଲେ। ସେହି ସିନେମାର ନାମ ଥିଲା ରଙ୍ଗୁଲା ରତ୍ନମ। ୧୯୬୬ ମସିହାରେ ରିଲିଜ ହୋଇଥିବା ଏହି ସିନେମା ମଧ୍ୟ ରେଖାଙ୍କ ମାଆଙ୍କୁ ଷ୍ଟାର୍ରେ ପରିଣତ କରିଥିଲା।
[ad_2]