ଓଡିଶା

ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟାଇଲେ ବିଜେଡି ସଭାପତି – bajravana

[ad_1]

ଭୁବନେଶ୍ବର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡ. ଦାମୋଦର ରାଉତ ବୁଧବାର ବହିଷ୍କୃତ ହୋଇଛନ୍ତି। ୨୦୧୮ ସେପ୍ଟେମ୍ବର ମାସରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଜଗତସିଂହପୁର ଜିଲ୍ଲାର ପାରଦୀପ ବିଧାୟକ ଦାମଙ୍କୁ ବହିଷ୍କୃତ କରାଯାଇଥିଲା।
ଡାକ୍ତର ଦାମୋଦର ରାଉତ ବ୍ରାହ୍ମଣ ବିବାଦକୁ ନେଇ ପ୍ରଥମେ ମନ୍ତ୍ରୀପଦ ହରାଇଥିଲେ। ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେପିରୁ ପରାଜିତ ହେବା ପରେ ଦାମ ବିଜେପି ଛାଡ଼ି ପୁଣିଥରେ ବିଜେଡିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏପରିକି ବିଜେପିରେ ଯୋଗ ଦେଇ ଭୁଲ କରିଥିଲି ବୋଲି ଖୋଲାଖୋଲି କହିଥିଲେ। ବିଜେଡିରେ ଯୋଗ ଦେବାକୁ ଦାମ ଚାହିଁଥିଲେ ମଧ୍ୟ ସବୁଜ ସଂକେତ ଦେଇନଥିଲେ ନବୀନ। ତେବେ ନିର୍ବାଚନ ପୂର୍ବରୁ ଦାମଙ୍କୁ ପୁଣିଥରେ ଦଳରେ ଲୋଡିଛନ୍ତି ବିଜେଡି ସୁପ୍ରିମୋ।
ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ପୁଅ ସମ୍ବିତ ରାଉତରାୟ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବାପାଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ମୁଁ ବହୁତ ଖୁସି। ମୁଁ ଭି.କେ. ପାଣ୍ଡିଆନଙ୍କୁ ବାପାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇବା ଲାଗି ନିବେଦନ କରିଥିଲି। ଅଞ୍ଚଳବାସୀ ଏହି ନିଷ୍ପତ୍ତିକୁ ନେଇ ବହୁତ ଖୁସି। ଯଦି ତାଙ୍କ ସ୍ୱାସ୍ଥ୍ୟ ସାଥ୍ ଦିଏ ଏବଂ ମୁଖ୍ୟମନ୍ତ୍ରୀ ଚାହାନ୍ତି ତେବେ ୨୦୨୪ ନିର୍ବାଚନରେ ବାପା ଦଳ ପାଇଁ ପ୍ରଚାର କରିବେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button