ସ୍ୱାସ୍ଥ୍ୟ

ଶୀତରେ ଫିଟ୍‌ ରହିବାର ୫ଟି ଟିପ୍ସ : ଜାଣନ୍ତୁ ଏହା ବିଷୟରେ – bajravana

[ad_1]

ପ୍ରତ୍ୟେକ ଋତୁ ଅନୁଯାୟୀ ଶରୀରକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ । ଏହି ଋତୁରେ ଅନେକ ଶାରିରୀକ ସମସ୍ୟା ଆସିଥାଏ। ଥଣ୍ଡା ଜ୍ଵର ଠାରୁ ଆରମ୍ଭ କରି ଅନେକ ପୁରୁଣା ରୋଗର ସମ୍ମୁଖୀନ ହେବାକୁ ପଡିଥାଏ। କିନ୍ତୁ ଶୀତଦିନେ ମଧ୍ୟ ଏମିତି କିଛି ଉପାୟ ଅଛି। ଯାହା ଦ୍ଵାରା ଆମେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ରଖିପାରିବା।

ଶୀତ ଦିନ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ଶୀତ ଋତୁରେ ଆମର ହଜମ ଶକ୍ତି ବହୁତ ଭଲ ଥାଏ। କିନ୍ତୁ ଆମେ ଆମର ଜୀବନଶୈଳୀକୁ ପରିବର୍ତ୍ତନ କରିଦେଇଥାଉ। ଯେଉଁ କାରଣରୁ ଆମେ ଆମ ଶରୀରକୁ କ୍ଷତି ପହଞ୍ଚାଇବା ସହ ଅସୁସ୍ଥ ହେଉ। ଆସନ୍ତୁ ଜାଣିବା ଏମିତି ୫ଟି ନିୟମ ବିଷୟରେ ଯେଉଁଥିରେ ଆମେ ସତେଜ ଫିଲ୍‌ କରିବା।

ଅଳସୁଆମି ଦୂର କରିବା : ଶୀତ ଦିନରେ ପ୍ରତ୍ୟେକ ବ୍ୟକ୍ତି ଅଳସୁଆମିର ଶିକାର ହୁଅନ୍ତି। ସକାଳୁ ଉଠନ୍ତି ନାହିଁ। ଏଭଳି ପରିସ୍ଥିତିରେ କଫ ଆଉ ବାତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ ଶୀତ ଦିନରେ ଅଳସୁଆମିକୁ ଦୂର କରିବା ନିହାତି ଜରୁରୀ।

ତେଲ ମାଲିସ୍ : ଶୀତ ଦିନରେ ଶରୀରରେ ତେଲ ମାଲିସ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସକାଳେ ଗାଧୋଇବା ପୂର୍ବରୁ ରାଶି ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରି ଶରୀରକୁ ଭଲ ଭାବେ ମସାଜ କରିବା ଉଚିତ।

ବ୍ୟାୟାମ କରିବା : ଯଦି ତୁମେ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ। ନିୟମିତ ବ୍ୟାୟାମ କରନ୍ତୁ । ଯଦି ଆପଣ ଜିମ୍ ଯାଇ ବ୍ୟାୟାମ କରିବାକୁ ସକ୍ଷମ ନୁହଁନ୍ତି, ତେବେ ପ୍ରତିଦିନ ସକାଳୁ ଚଲାବୁଲା କରନ୍ତି। ଚାଲିବା ଦ୍ଵାରା ଶରୀରରେ ଓଜନ ନିୟନ୍ତ୍ରଣ କରେ । ରକ୍ତ ସଞ୍ଚାଳନକୁ ବଢାଇଥାଏ ।

ସୂର୍ଯ୍ୟ କିରଣରେ ବସିବା : ଶୀତ ଦିନରେ ସୂର୍ଯ୍ୟ କିରଣ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ତେଲ ମାଲିସ୍ କରିବା ପରେ, ହାଲୁକା ସୂର୍ଯ୍ୟ କିରଣରେ ୫-୧୦ ମିନିଟ୍ ବସି ତା’ପରେ ଗାଧୋଇବା ଉଚିତ।

ଖାଦ୍ୟରେ ମସଲା ବ୍ୟବହାର : ଶୀତ ଦିନରେ ଶରୀରକୁ ଗରମ ରଖିବା ପାଇଁ ଆୟୁର୍ବେଦିକ ଉପାୟ ଅନୁସାରେ ଖାଦ୍ୟରେ ଅଦା, ଗୋଲ ମରିଚ, ଲବଙ୍ଗ, ଡାଲଚିନି ଏବଂ ତେଜ ପତ୍ର ଭଳି ଜିନିଷ ବ୍ୟବହାର କରିବା ଜରୁରୀ। ଏହା ଶରୀରକୁ ଉଷ୍ମତା ପ୍ରଦାନ କରିବାରେ ସାହାଯ୍ୟ କରେ।

ପନିପରିବା ଖାଇବା ଉଚିତ୍‌ : ଶୀତ ଋତୁରେ ଖାଦ୍ୟର ବିଶେଷ ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ଏହି ସିଜିନ୍‌ରେ ଶରୀରରେ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ଥାଏ । ଏଥିପାଇଁ ପନିପରିବା ଏବଂ ଫଳ ପ୍ରଚୁର ପରିମାଣରେ ଖାଇବା ଉଚିତ୍ ।

The post ଶୀତରେ ଫିଟ୍‌ ରହିବାର ୫ଟି ଟିପ୍ସ : ଜାଣନ୍ତୁ ଏହା ବିଷୟରେ appeared first on Odisha Khabar.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button