ଦେଶ ବିଦେଶ

ଚମତ୍କାରୀ ପେନ୍‌: ପରୀକ୍ଷାରେ ଲେଖିଲେ କରିଥାଏ ପାସ୍‌!

Image result for exam hallସୁରଟ: ଗୁଜରାଟର ପଞ୍ଚମହଲ ଜିଲାରେ ଥିବା ଶ୍ରୀହନୁମାନ ମନ୍ଦିରରେ ବିକ୍ରି ହେଉଛି ଏକ ଚମତ୍କାରୀ ପେନ୍‌। ଏଥିରେ ପରୀକ୍ଷାରେ ଲେଖିଲେ ପରୀକ୍ଷାର୍ଥୀ ପାସ୍‌ ହେବେ ବୋଲି ଏକ ବିଜ୍ଞାପନରେ ଦାବୀ କରିଛନ୍ତି ବିକ୍ରେତା ଦୁଷ୍ୟନ୍ତ ବାପୁଜୀ। ସେ ନିଜକୁ ପ୍ରଭୁ ହନୁମାନଙ୍କ ସେବକ କହିଛନ୍ତି। ହନୁମାନ-ସରସ୍ବତୀ ଯଜ୍ଞପରେ ପେନ୍‌ରେ ଆଲୌକିକ ଶକ୍ତି ଭରି ରହିଛି। ଏହା ପରୀକ୍ଷାରେ ସଫଳତା ଆଣିଦେବ ବୋଲି ବାପୁଜୀ କହିଛନ୍ତି। ପେନ୍‌ର ମୂଲ୍ୟ ୧୯ ଶହ ଟଙ୍କା ରହିଛି। ଏଥିରେ ଲେଖି ପରୀକ୍ଷାରେ ପାସ୍‌ କରି ପାରୁ ନ ଥିବା ଶିକ୍ଷାର୍ଥୀଙ୍କୁ ପେନ୍‌ର ମୂଲ୍ୟ ଫେରସ୍ତ ଦିଆଯିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି। ସମ୍ପ୍ରତି ପରୀକ୍ଷା ଋତୁ ଆରମ୍ଭ ହୋଇଥିବାରୁ ଏହି ପେନ୍‌କୁ ନେଇ ସୋସିଆଲ୍‌ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା।

Related Articles

Leave a Reply

Your email address will not be published. Required fields are marked *

Back to top button