ଛିନତାଇ ଗ୍ୟାଙ୍ଗ୍ର ୪ ଗିରଫ: ଗ୍ୟାଙ୍ଗ୍ ଲିଡର୍ ଶୁଭ୍ରାଂଶୁ ନାମରେ ୩୪ ମାମଲା – bajravana
[ad_1]
ଫୁଲନଖରା: କଟକ-ଭୁବନେଶ୍ବରରେ ଉତ୍ପାତ ଚଳାଇଥିବା ଏକ ଛିନତାଇ ଗ୍ୟାଙ୍ଗ୍ର ୪ ଜଣଙ୍କୁ କଟକ ସଦର ଥାନା ପୁଲିସ ଗିରଫ କରିଛି। ଏମାନେ କଟକ–ଭୁବନେଶ୍ବର ୧୬ନମ୍ବର ଜାତୀୟ ରାଜପଥ ଓ ନିକଟବର୍ତ୍ତୀ ଅଞ୍ଚଳରେ ମହିଳାଙ୍କୁ ଟାର୍ଗେଟ୍ କରି ସୁନା ଚେନ ଲୁଟ୍ କରୁଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବୟାଳିଶମୌଜା କୂଳକଳପଡ଼ାର ଶୁଭ୍ରାଂଶୁ ପରିଡ଼ା, ଭୁବନେଶ୍ବର ନୂଆପଲ୍ଲୀ ଅଞ୍ଚଳର ଅନିକେତ ବଳବନ୍ତରାୟ, ଭୁବନେଶ୍ବର ସାଲିଆସାହିର ସାଗର ପୁଁ ଓ ନୂଆପଲ୍ଲୀ ବେହେରାସାହିରେ ରହୁଥିବା ଫୁଲବାଣୀ ଜି.ଉଦୟଗିରିର ଗୁଡ଼ନେସ ନାୟକ। ଶୁଭ୍ରାଂଶୁ ନାମରେ ସର୍ବାଧିକ ୩୪ଟି ମାମଲା ରହିଥିବା ବେଳେ ସାଗର ପୁଁ ନାମରେ ୬ଟି, ଗୁଡ଼ନେସ ନାମରେ ୬ଟି ଓ ଅନିକେତ ନାମରେ ୩ଟି ମାମଲା ରହିଥିବା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ଏମାନଙ୍କ ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟଙ୍କୁ ବି ଧରିବାକୁ ଉଦ୍ୟମ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଗଲା ୨୧ ତାରିଖରେ ବାଲିପାଟଣା ଭାକରସାହିର ଅନସୂୟା ମହାନ୍ତି ସ୍ବାମୀଙ୍କ ସହ ସ୍କୁଟିରେ କଟକ ଯାଉଥିଲା ବେଳେ ଫୁଲନଖରାଠାରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ଅନସୂୟାଙ୍କ ବେକରୁ ସୁନା ଚେନ ଛିଣ୍ତାଇ ନେଇ ପଳାଇଥିଲେ। ସେହିପରି ୧୯ ତାରିଖରେ ତେଲେଙ୍ଗାପେଣ୍ଠଠାରେ ଜଣେ ମହିଳାଙ୍କଠାରୁ ସୁନା ଚେନ ଲୁଟିଥିବା ବେଳେ ୨୨ ତାରିଖରେ ବାଲିଅନ୍ତା ଥାନା ଅଧିନ ପୁରୀ କେନାଲ ନିକଟରୁ ଜଣେ ମହିଳାଙ୍କଠାରୁ ସୁନା ଚେନ ଲୁଟ ହୋଇଥିଲା। ଏ ନେଇ ଏକାଧିକ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତରୁ ଏହି ଅଭିଯୁକ୍ତମାନଙ୍କୁ ଠାବ କରି ସେମାନଙ୍କ ଉପରେ ନଜର ରଖାଯାଇଥିଲା। ସଦରଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ସେମାନଙ୍କୁ କାବୁ କରିବା ସହିତ ସେମାନଙ୍କଠାରୁ ୪ଟି ସୁନା ଚେନ, ଗୋଟିଏ ସୁନା ହାର, ୫ଟି ମୋବାଇଲ ଫୋନ ଓ ଏକ ପଲସର ବାଇକ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
[ad_2]