ଓଡିଶା

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ମାଲକାନଗିରିରେ ପହଞ୍ଚିଲା ନିମନ୍ତ୍ରଣ – bajravana

[ad_1]

ମାଲକାନଗିରି: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଥିବା ବେଳେ ଏହାର ଲୋକାର୍ପଣ ଜାନୁଆରି ୧୭ ତାରିଖରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଯୋଗ ଦେବାକୁ ବିଭିନ୍ନ ଜିଲ୍ଲାକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଆଜି ମାଲକାନଗିରି ଜିଲ୍ଲାକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ପାଇଁ ପୁରୀରୁ ଏକ ସ୍ବତନ୍ତ୍ର ଚାରି ଜଣିଆ ପ୍ରତିନିଧି ଦଳ ଆସିଥିଲେ। ଏଥିରେ ପୁରୀ ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର ଏବଂ ସେବାୟତ କେଦାରନାଥ ପ୍ରତିହାରୀ, ଲୋକନାଥ ପ୍ରତିହାରୀ ଓ ଚନ୍ଦ୍ରଶେଖର ଖୁଣ୍ଟିଆ ସାମିଲ ଥିଲେ। ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଓ ଭକ୍ତ ମାନଙ୍କ ଦ୍ଵାରା ଭାବି ସ୍ଵାଗତ  କରାଯାଇଥିଲା।

ପ୍ରଥମେ ଜିଲ୍ଲା ସଦରରେ ଥିବା ଦୁର୍ଗ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ବାଜା, ମହୁରୀ, ହୁଳହୁଳି, ଶଙ୍ଖନାଦ ଓ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ପହଞ୍ଚିଥିଲେ । ଏଠାରେ ଜିଲ୍ଲାପାଳ ବିଶାଲ ସିଂ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ଵାଗତ କରିଥିଲେ। ମାଲକାନଗିରି ଜଗନ୍ନାଥ ମନ୍ଦିର ଓ ମାଉଳି ମା’ ମନ୍ଦିର କମିଟିକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ପ୍ରୋଗ୍ରାମ ମ୍ୟାନେଜର ମାନସ ମିଶ୍ର, ଜୀବନ ଜୀବିକା ପ୍ରୋଗ୍ରାମ ମ୍ୟାନେଜର ବାଲାଜୀ ପଟ୍ଟନାୟକ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ରଜନୀକାନ୍ତ ଦାସ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ପୂଜକଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ନିମନ୍ତେ ଜିଲ୍ଲାର ବଣ୍ଡା, କୋୟା, ଦୁରୁଆ ନୃତ୍ୟ ସାଙ୍ଗକୁ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button