ଖେଳ ଖବର

ମୋତେ ସବୁଥିରେ ବ୍ଲକ କରାଯାଇଛି ପୁଅ, ପୁରୁଣା ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଉଛି: ଶିଖର ଧୱନ – bajravana

[ad_1]

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ପତ୍ନୀ ଆୟେଶା ମୁଖାର୍ଜୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଶିଖର ଧାୱନ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଶିଖର ଧୱନଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଥିଲେ। ଏହ‌ା ସହ କୋର୍ଟ ଆୟେଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଜୋରାବରଙ୍କୁ ତାଙ୍କ ସ୍କୁଲ ଛୁଟିଦିନରୁ ଅଧା ଦିନ ଧୱନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ସମୟ ବିତାଇବାକୁ ପଠାଇବେ। ଶିଖର ଧୱନଙ୍କର ଜଣେ ନାଗରିକ ତଥା ଦାୟିତ୍ବବାନ ପିତା ଭାବରେ ତାଙ୍କ ପୁଅକୁ ଭେଟିବା ଏବଂ ତାଙ୍କ ସହ କିଛି ସମୟ ବିତାଇବାର ଅଧିକାର ରହିଛି।

ହେଲେ ଏବେ ଆୟେଶା କୋର୍ଟଙ୍କ ଆଦେଶର ଅବମାନନା କରିଥିବା ସାମ୍ନାକୁ ଆସିଛି। ପୁଅ ଜୋରାବରକୁ ଜନ୍ମଦିନର ଶୁଭେଚ୍ଛା ଦେବାକୁ ଯାଇ ଶିଖର ଯେଉଁ ଇନଷ୍ଟା ପୋଷ୍ଟ କରିଛନ୍ତି, ସେଥିରୁ ଏହା ପ୍ରମାଣ ହୋଇଛି। ଇନଷ୍ଟା ପୋଷ୍ଟରେ ପୁଅ ସହ ଭିଡିଓ କଲର ସ୍କ୍ରିନସଟ ସେୟାର କରିଛନ୍ତି ଶିଖର। ସ୍କ୍ରିନସଟଟି ପୁରୁଣା ହୋଇଥିବା ବେଳେ ଅନ୍ୟ କୌଣସି ଫଟୋ ନଥିବାରୁ ସେ ପୁରୁଣା ଫଟୋ ସେୟାର କରି ପୁଅ ଜୋରାବରକୁ ଜନ୍ମଦିନର ଶୁଭେଚ୍ଛା ଦେଇଥିବା ଲେଖିଛନ୍ତି। ପୋଷ୍ଟରେ ଶିଖର ଏହା ମଧ୍ୟ ଦେଖିଛନ୍ତି, ପୁଅ ସହ କଥା ହେବାର ସମସ୍ତ ମାଧ୍ୟମ ବନ୍ଦ କରିଦିଆଯାଇଛି। ଏହି କାରଣରୁ ଶିଖର ପୁଅ ସହ କଥା ହୋଇପାରୁନଥିବା ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button