ଜୟଶ୍ରୀ ଭାରତୀୟ କବାଡ଼ି ମହାସଂଘର ଯୁଗ୍ମ ସଂପାଦିକା – bajravana
[ad_1]
କଟକ: ଓଡ଼ିଶାର ଅନ୍ତର୍ଜାତୀୟ ମହିଳା କବାଡ଼ି ଖେଳାଳି ଜୟଶ୍ରୀ ସ୍ବାଇଁ ଭାରତୀୟ କବାଡ଼ି ମହାସଂଘର ଯୁଗ୍ମ ସଂପାଦିକା ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ସ୍ବାଇଁ ମହାସଂଘର ଏକମାତ୍ର ମହିଳା ପ୍ରାର୍ଥିନୀ ଭାବେ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ଓଡ଼ିଶାରୁ ପ୍ରଥମ ଥର ପାଇଁ ଜଣେ ସଦସ୍ୟ ଜାତୀୟ ମହାସଂଘରେ ସ୍ଥାନ ପାଇଥିବାରୁ ରାଜ୍ୟର ବିଭିନ୍ନ କ୍ରୀଡା ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି। ରେଳବାଇରେ ଟିକଟ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ ସ୍ବାଇଁ ରେଳ ବିଭାଗରେ ମୁଖ୍ୟ କବାଡ଼ି ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବା ସହିତ ଜାତୀୟ ଚୟନ କମିଟି ସଦସ୍ୟା ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ଶ୍ରୀମତୀ ସ୍ବାଇଁ ବର୍ତ୍ତମାନ ଓଡ଼ିଶା କବାଡ଼ି ସଂଘର ସହସଂପାଦିକା ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ କବାଡ଼ି ସଂଘ ତରଫରୁ ସଭାପତି ଡକ୍ଟର ଶରତ କୁମାର ସାହୁ, ଉପସଭାପତି ପୃଥ୍ବୀରାଜ ପଟ୍ଟନାୟକ, ସଂପାଦକ ଅଜୟ କୁମାର ବେହେରା, କୋଷାଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନ, ଯୁଗ୍ମ ସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତି, ରେଫରି ବୋର୍ଡ ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନ, ଚୟନ କମିଟି ଅଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ବେହେରାଙ୍କ ସହ ରାଜ୍ୟ କବାଡ଼ି ସଂଘର ସମସ୍ତ କର୍ମକର୍ତ୍ତା ଶ୍ରୀମତୀ ସ୍ବାଇଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
[ad_2]