ଖେଳ ଖବର

ଆଇପିଏଲ ପରି ଟି-୧୦ ଲିଗ୍ ଆୟୋଜନ କରିବ ବିସିସିଆଇ – bajravana

[ad_1]

ମୁମ୍ବାଇ: ବିଶ୍ୱବ୍ୟାପୀ ୧୦-୧୦ ଓଭର କ୍ରିକେଟ୍ ମ୍ୟାଚ୍ କୁ ନେଇ ଜବରଦସ୍ତ କ୍ରେଜ୍ ମିଳିବାରେ ଲାଗିଛି । ଏହାକୁ ନେଇ ବିସିସିଆଇ ବି ଉତ୍ସାହିତ ହୋଇଯାଇଛି । କ୍ରିକେଟର ଏହି କ୍ଷୁଦ୍ରତମ ଓ ନୂଆ ଫର୍ମାଟର ଲିଗ୍ ଆରମ୍ଭ କରିବାକୁ ବିସିସିଆଇ ବିଚାର କରୁଛି। ଏଥିପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଯଦି ସବୁକିଛି ଠିକ୍ ଠାକ୍ ରହେ ତେବେ ସମ୍ଭବତଃ ଏହି ଲିଗ୍ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ସେପ୍ଟେମ୍ବର-ଅକ୍ଟୋବରରେ ଖେଳାଯାଇପାରେ।

ମନିକଣ୍ଟ୍ରୋଲର ଏକ ରିପୋର୍ଟରୁ ଜଣାପଡିଛି ଯେ ଟି-୧୦ ଫର୍ମାଟରେ ଲିଗ୍ ଆରମ୍ଭ କରିବାକୁ ବିସିସିଆଇର ଯୋଜନାକୁ ତାହାର ସେୟାରହୋଲ୍ଡରମାନେ ବହୁତ ପସନ୍ଦ କରିଛନ୍ତି। ତେବେ ଏହା ଏବେ ବି ବିଚାରାଧୀନ ରହିଛି। ଯୋଜନା ଅନୁସାରେ ଅଂଶଗ୍ରହଣକାରୀ ଖେଳାଳିଙ୍କ ବୟସ ସୀମା ଉପରେ ମଧ୍ୟ ବିଚାର କରାଯାଉଛି। ଆଇପିଏଲ୍ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ ଯେପରି ଏହାର ପ୍ରଭାବ ନ ପଡ଼ିବା ପାଇଁ ଏହି ବୟସ ସୀମା ରଖିବାକୁ ବିଚାର କରାଯାଉଛି ।

ବିସିସିଆଇର ଏହି ଯୋଜନା ଆଇପିଏଲ୍ ଫ୍ରାଞ୍ଚାଇଜିମାନଙ୍କ ସହମତି ଉପରେ ନିର୍ଭର କରିବ। କାରଣ ଏ ନେଇ ଆଇପିଏଲ୍ ଫ୍ରାଞ୍ଚାଇଜିମାନଙ୍କ ସହ ବିସିସିଆଇର ଚୁକ୍ତି ରହିଛି। ଅର୍ଥାତ୍ ଆଇପିଏଲ୍ ଭଳି ଅନ୍ୟ କୌଣସି ଲିଗ୍ ଆରମ୍ଭ କରିବା କ୍ଷେତ୍ରରେ ବିସିସିଆଇକୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଗୁଡ଼ିକର ସମ୍ମତି ନେବାକୁ ପଡ଼ିବ। ଯାହାଫଳରେ ପୁରୁଣା ଫ୍ରାଞ୍ଚାଇଜିମାନଙ୍କୁ ନୂଆ ଲିଗ୍ ରୁ କୌଣସି ଆର୍ଥିକ କ୍ଷତି ସହିବାକୁ ପଡ଼ିବ ନାହିଁ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button