ଓଡିଶା

ଜାଣିଶୁଣି ପରୀକ୍ଷାରେ ଫେଲ୍‌ କରିଦେଲେ! ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ – bajravana

[ad_1]

ସେମିଷ୍ଟାର୍‌ ପରୀକ୍ଷାରେ ୩୫ରୁ ୨୧ ଜଣ ଅକୃତକାର୍ଯ୍ୟ

ରାଇରଙ୍ଗପୁର: ଝାଡ଼ଖଣ୍ଡ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅବହେଳାର ଶିକାର ହେଉଛନ୍ତି। ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନି। ଏବେ ପୁଣି ଏକ ଅଭିଯୋଗ ଆସିଛି। କୋହ୍ଲାନ୍‌ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରଥମ ସେମିଷ୍ଟାର୍‌ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ୍‌ କରି ଦିଆଯାଇଛି।

ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ଓ ଷଢ଼େଇକଳା-ଖରସୁଆଁରେ ପ୍ରାୟ ୯୦ ଲକ୍ଷ ଓଡ଼ିଆ ରହୁଛନ୍ତି। ସେଠାକାର ଶହ ଶହ ପିଲା ଚାଇଁବସାସ୍ଥିତ କୋହ୍ଲାନ୍‌ ବିଶ୍ବବିଦ୍ୟାଳୟରେ ପଢୁଛନ୍ତି। କିଛିଦିନ ତଳେ ଓଡ଼ିଆ ସ୍ନାତକୋତ୍ତର ବିଭାଗ ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟାର୍‌ ପରୀକ୍ଷାଫଳ ପ୍ରକାଶ ପାଇଛି। ୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧ ଜଣ ଫେଲ୍‌ ହୋଇ ଯାଇଛନ୍ତି। ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ହୀନ ଦୃଷ୍ଟିରେ ଦେଖାଯାଉଥିବାରୁ ସେମାନଙ୍କୁ ଜାଣିଶୁଣି ଫେଲ୍‌ କରି ଦିଆଯାଇଥିବା ‘ମାଆ କେରା ଓଡ଼ିଆ ଭାଷା ସାହିତ୍ୟ ସଂଗଠନର ବିକାଶ ନାୟକ, ସରୋଜ ପ୍ରଧାନ, ସତ୍ୟପ୍ରକାଶ କର, ୟୁଏସ୍‌ଇର ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ଶତପଥୀ, ପିଙ୍କି ଶତପଥୀ, ଆନନ୍ଦ ବିନ୍ଧାଣୀ, କାରିଆ ମାଝୀ, ଘନଶ୍ୟାମ ପିଙ୍ଗୁଆ, କିଶୋର କୁମାର ବେହେରା, ରାଧାକାନ୍ତ ମାଝୀ, ଛାତ୍ରୀ ପ୍ରିୟଙ୍କା ପ୍ରଧାନ ଓ ନିରୁ ପ୍ରଧାନ ଅଭିଯୋଗ କରିଛନ୍ତି।

ସେମାନଙ୍କ କହିବା ମୁତାବକ, କୋହ୍ଲାନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ କଲେଜର ଓଡ଼ିଆ ସ୍ନାତକୋତ୍ତର ବିଭାଗ ଛାତ୍ରଛାତ୍ରୀମାନେ ଇଣ୍ଟର୍‌ନାଲ୍‌ ପରୀକ୍ଷାରେ ୩୦ ନମ୍ବରରୁ ୨୮/୨୯ ନମ୍ବର ରଖୁଥିବା ବେଳେ ବିଶ୍ବବିଦ୍ୟାଳୟର ଓଡ଼ିଆ ସ୍ନାତକୋତ୍ତର ବିଭାଗ ଛାତ୍ରଛାତ୍ରୀମାନଙ୍କୁ କେଉଁ ଆଧାରରେ ୩୦ ନମ୍ବରରୁ ମାତ୍ର ୧୨/୧୩ ନମ୍ବର ଦିଆଯାଉଛି? ଓଡ଼ିଆ ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ପୂର୍ବରୁ ବହୁଥର ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଅଧିକାରୀଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ଦିଆଯାଇଛି। ହେଲେ କୌଣସି ସୁଫଳ ମିଳିନାହିଁ। ଉଲ୍ଲେଖଥାଉକି, ପୂର୍ବରୁ ଝାଡ଼ଖଣ୍ଡର ବିଭିନ୍ନ ପରୀକ୍ଷାରେ ବିଚ୍ଛିନ୍ନାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାରେ ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button