ଏସ୍ସିବିରେ ଉତ୍ତେଜନା: ରୋଗୀ ସମ୍ପର୍କୀୟଙ୍କୁ ପୁଲିସ୍ର ମାଡ଼! – bajravana
[ad_1]
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଫାଣ୍ଡି ସମ୍ମୁଖରେ ଶବ ରଖି ପ୍ରତିବାଦ
କଟକ: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି। ରୋଗୀ ସମ୍ପର୍କୀୟ ଏହାର ପ୍ରତିବାଦ କରିବାରୁ ଡାକ୍ତରଙ୍କ ସହ ଯୁକ୍ତିତର୍କ ହୋଇଛି। ଉପସ୍ଥିତ ଥିବା ପୁଲିସ୍ ରୋଗୀ ସମ୍ପର୍କୀୟଙ୍କୁ ମାଡ଼ ମାରିଥିବାର ବି ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମୃତକଙ୍କ ସମ୍ପର୍କୀୟମାନେ ମେଡିକାଲ୍ ଫାଣ୍ଡି ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରିଥିଲେ। ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ବେଳେ ଆପୋସ ଆଲୋଚନାରେ ସମାଧାନ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ସମ୍ପର୍କୀୟମାନେ ମଧ୍ୟ ପୁଲିସକୁ ଆକ୍ରମଣ କରିଥିବା ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁଯାୟୀ, ପୁରୀ ଚନ୍ଦନପୁର ଅଞ୍ଚଳର ବର୍ଷା ମାଝୀ (୨୨)ଙ୍କୁ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲେ। ତେବେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଗତକାଲି କ୍ୟାପିଟାଲ୍ ହସ୍ପିଟାଲ୍ରୁ ଆଣି ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ଆଶୁ ଚିକିତ୍ସା ବିଭାଗରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ମୃତ୍ୟୁ ଘଟିଥିଲା। ଠିକ୍ ସମୟରେ ଡାକ୍ତର ଚିକିତ୍ସା ନ କରିବାରୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଏ ନେଇ ସମ୍ପର୍କୀୟମାନେ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତରଙ୍କ ସହ ଯୁକ୍ତିତର୍କ ହୋଇଥିଲା ଓ ଉତ୍ତେଜନା ପ୍ରକାଶ ପାଇଥିଲା।
ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ରୋଗୀ ସମ୍ପର୍କୀୟଙ୍କୁ ପାଟିତୁଣ୍ଡ କରିଥିଲେ। ଡାକ୍ତରଙ୍କ ଭୁଲ୍ ଥିବା ସତ୍ତ୍ବେ ଆମକୁ କାହିଁକି ପାଟି କରୁଛ ବୋଲି କହି ରୋଗୀ ସମ୍ପର୍କୀୟ ପ୍ରତିବାଦ କରିବାରୁ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମାଇଁ ସୁକାନ୍ତି ପ୍ରଧାନ। ଅପରପକ୍ଷରେ ପୁଲିସକୁ ମଧ୍ୟ ମୃତକଙ୍କ ସମ୍ପର୍କୀୟ ମାଡ ମାରିଥିବା କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ବେଳେ ଆପୋସ ଆଲୋଚନାରେ ସମସ୍ୟାର ସମାଧାନ ହୋଇଥିବା ପୁଲିସ କହିଛି।
[ad_2]