ଖେଳ ଖବର

ମୁଁ କେବଳ ପଡ଼ିଆରେ ଝଗଡ଼ା କରେ; ବିରାଟଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଏଭଳି କହିଲେ ଗମ୍ଭୀର – bajravana

[ad_1]

ନୂଆଦିଲ୍ଲୀ: ବିରାଟ କୋହଲି ଓ ଗୌତମ ଗମ୍ଭୀର କ୍ରିକେଟ ଜଗତର ଦୁଇଟି ବଡ଼ ନାଁ ହୋଇଥିଲେ ବି ପଡ଼ିଆ ଭିତରେ ଦୁହେଁ ଅନେକ ଥର ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ଚଳିତ ବର୍ଷ ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିବା ଦେଖାଯାଇଥିଲା। ଅନେକ ଥର ବିରାଟଙ୍କ ସହ କଥା କଟାକଟି ହୋଇଥିଲେ ବି ବ୍ୟକ୍ତିଗତ ଭାବେ ତାଙ୍କ ମନରେ ବିରାଟଙ୍କ ପାଇଁ କିଛି ନଥିବା କହିଛନ୍ତି ଗମ୍ଭୀର।

ଏ‌କ ସୋ’ରେ ସେ କହିଛନ୍ତି ଯେ, ସେ କେବଳ ପଡ଼ିଆରେ ହିଁ ଝଗଡ଼ା କରନ୍ତି। ଦିନିକିଆ ବିଶ୍ୱକପ ୨୦୨୩ର ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ତାଙ୍କ ରେକର୍ଡ ଭାଙ୍ଗି ନ୍ୟୁଜିଲାଣ୍ଡ ବିପକ୍ଷରେ ୫୦ତମ ଦିନିକିଆ ଶତକ ହାସଲ କରିଥିଲେ। ଏବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆର  ତୃତୀୟ ମ୍ୟାଚ୍ ପୂର୍ବରୁ ଗମ୍ଭୀରଙ୍କୁ ଷ୍ଟାର ସ୍ପୋର୍ଟସର ଏକ ‌ସୋ’ରେ ପ୍ରଶ୍ନ ପଚରାଯାଇଥିଲା ଯେ, କୋହଲି କେଉଁ ବୋଲରଙ୍କ ଓଭରରେ ୫୦ତମ ଦିନିକିଆ ଶତକ ହାସଲ କରିଥିଲେ?

ଉତ୍ତରରେ ଗମ୍ଭୀର କହିଥିଲେ, ଲକି ଫର୍ଗୁସନ୍। ଏହି କଥାକୁ ଆପଣ ବାରମ୍ବାର ଦେଖାଇବେ। ମୋର ସବୁ କିଛି ମନେ ରହେ। ମୁଁ କେବଳ ପଡ଼ିଆରେ ହିଁ ଝଗଡ଼ା କରେ।

ଉଲ୍ଲେଖଯୋଗ୍ୟ, ଲକ୍ଷ୍ନୌ-ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ବିରାଟ କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା। ‌ତେବେ ଘଟଣାସ୍ଥଳରେ ଥିବା ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ ପ୍ଲେସିସ୍  ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟା ଦୁହିଁଙ୍କୁ ଅଲଗା କରିଦେଇଥିଲେ। ବାଙ୍ଗାଲୋରଠାରୁ ଲକ୍ଷ୍ନୌ ହାରିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button