ମନୋରଞ୍ଜନ

ବଢୁଛି ଧୂସର କେଶର ଆକର୍ଷଣ – bajravana

[ad_1]

ହିନ୍ଦୀ ସିନେମାର ପୁରୁଣା ନାୟିକା ଜୀନତ ଅମାନ କିଛି ମାସ ତଳେ ଯେତେବେଳେ ଇନ୍‌ଷ୍ଟାଗ୍ରାମରେ ଯୋଗଦେଲେ, ସେତେବେଳେ ଦଳେ ନୂଆ ପିଢ଼ିର ଅନୁଗାମୀଙ୍କୁ ସେ ଆକର୍ଷିତ କରିଥିଲେ। ତାଙ୍କର ସ୍ପଷ୍ଟବାଦୀ ପୋଷ୍ଟଗୁଡ଼ିକ ଜଣେ ବୟସ୍କ ବନ୍ଧୁଙ୍କ ମୂଲ୍ୟବାନ ଉପଦେଶ ଭଳି ମନେ ହୋଇଥାଏ। ବୟସ ବୃଦ୍ଧି ସହି ପାଚିଲା କହରା କେଶକୁ ଗ୍ରହଣ କରିବା ଦିଗରେ ମଧ୍ୟ ସେ ନିଜେ ଜଣେ ଉଦାହରଣ ପାଲଟିଛନ୍ତି। ସେ ଗୋଟିଏ ପୋଷ୍ଟରେ ଲେଖିଛନ୍ତି, ‘ମୋର ପ୍ରାକୃତିକ ଧୂସର କେଶକୁ ଆଦରିବା ଯଦି ଅନ୍ୟମାନଙ୍କୁ ଉତ୍ସାହିତ କରୁଛି, ସେଥିପାଇଁ ମୁଁ ଅଧିକ ଖୁସି। ସର୍ବୋପରି ଜୀବନ କଳା ଓ ଧଳାର ନୁହେଁ, ବରଂ ଧୂସରର!’ ଏଥି ସହିତ ସେ ଧୂସର କେଶଯୁକ୍ତ ମହିଳାମାନଙ୍କୁ ସାମାଜିକ ଗଣମାଧ୍ୟମରେ ନିଜର ଫଟୋ ଛାଡ଼ିବା ପାଇଁ ମଧ୍ୟ ଆମନ୍ତ୍ରଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଜୀବନର ବିଂଶ ବା ତ୍ରିଂଶ ଦଶକରେ ଧୂସର କେଶର ଆବିର୍ଭାବ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନକୁ ଚିହ୍ନିତ କରେ, ଯାହା ବୟସ ସହ ଶରୀରିକ ପରିବର୍ତ୍ତନର ଏକ ସଙ୍କେତ ହୋଇଥାଏ। ଧୂସର କେଶକୁ ରଙ୍ଗ କରି ଲୁଚା ଯାଇପାରେ କିମ୍ବା ତାହାକୁ ଜ୍ଞାନର ପ୍ରତୀକ ଭାବରେ ପ୍ରଦର୍ଶିତ କରାଯାଇପାରେ। କିଛି ବର୍ଷ ତଳେ ଆମେରିକୀୟ ଅଭିନେତ୍ରୀ ସଲମା ହାୟେକ ନିଜର ଧୂସର କେଶକୁ ‘ଜ୍ଞାନର ଶ୍ବେତ କେଶ’ ବୋଲି ଅଭିହିତ କରିଥିଲେ। ସେହିପରି ୨୦୨୧ କାନ୍‌ ଚଳଚ୍ଚିତ୍ର ଉତ୍ସବରେ ହେଲେନ୍‌ ମିରେନ୍‌, ଆଣ୍ଡି ମାକ୍‌ଡାୱେଲ ଓ ଜୋଡି ଫୋଷ୍ଟର ଆଦି ଅଭିନେତ୍ରୀ ରୁପେଲି କେଶରେ ମଞ୍ଚରେ ଦର୍ଶନ ଦେଇଥିଲେ। ଧଳା କେଶକୁ ନେଇ ଏ ସମସ୍ତଙ୍କର ସକାରାତ୍ମକ ଦୃଷ୍ଟିଭଙ୍ଗୀ ଯୋଗୁଁ ଏହାର ଗ୍ରହଣୀୟତା ବଢ଼ିବାରେ ଲାଗିଛି। ‘ଦି ଗାର୍ଡିଆନ୍‌’ ପତ୍ରିକାରେ ପ୍ରକାଶିତ ଏକ ଆଲେଖ୍ୟ ଅନୁଯାୟୀ ୨୦୨୨ରେ ‘ଗ୍ରେହେୟାରଡୋଣ୍ଟକେୟାର’ (ଅର୍ଥ: ଧୂସର କେଶ ନେଇ ମୁଁ ଚିନ୍ତିତ ନୁହେଁ) ହାସ୍‌ଟ୍ୟାଗ୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ୫ ଲକ୍ଷ ଲୋକ ବ୍ୟବହାର କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button