‘ଝିଅର ଜନ୍ମଦିନର ଉପହାର ବାନ୍ଧୁଥିବା ବେଳେ ହେଲି କୋଟିପତି’: କ୍ରିକେଟର – bajravana
[ad_1]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ଶ୍ରେଷ୍ଠ ଖେଳାଳି ଡେରିଲ ମିଚେଲଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନିଲାମ ସମୟରେ ୧୪କୋଟି ଟଙ୍କାରେ କିଣିଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାକୁ ନେଇ ଡେରିଲ କହିଛନ୍ତି, ଆଇପିଏଲରେ ଚୟନ ଚାଲିଥିବା ସମୟରେ ମୁଁ ମୋ ଝିଅର ଜନ୍ମଦିନ ପାଇଁ ଉପହାର ପ୍ୟାକିଂ କରୁଥିଲୁ। ଏହି ସମୟରେ ଟେଲିଭିଜନରେ ମୋର ନାମ ଶୁଣିବାକୁ ମିଳିଥିଲା। ପୂରା ପରିବାର ଏକାଠି ହୋଇ ଟେଲିଭିଜନ ସାମ୍ନାରେ ବସି ଯାଇଥିଲୁ। କିଛିସମୟ ପରେ ଯେମିତି ଲାଗିଲା ମୋର ଦୁନିଆ ବଦଳି ଗଲା। ଅନେକ ଦିନରୁ ଅପେକ୍ଷା ଥିବା ଖୁସି ମୋତେ ମିଳିଗଲା। ଏହା ମୋ ସହିତ ମୋ ପରିବାର ପାଇଁ ସ୍ବତନ୍ତ୍ର ରାତି ଥିଲା। ଏହି ଦିନକୁ ମୁଁ କେବେ ଭୁଲି ପାରିବି ନାହିଁ। ଜୀବନର ଅଭୁଲା ସ୍ମୃତିରେ ଛାପି ହୋଇ ରହିଗଲା।
କାରଣ ବିଶ୍ୱକପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ମୋତେ ୧୪.୨୫ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗ୍ସ କିଣି ନିଜ ଦଳରେ ସାମିଲ କରିଥିଲା ।
ନିଲାମ ପରେ ଚେନ୍ନାଇ ଟିମ ଏକ ଭିଡିଓ ପୋଷ୍ଟ କରିଥିଲା। ଯେଉଁଥିରେ ମିଚେଲ କହିଥିଲେ, ‘ନମସ୍କାର ଚେନ୍ନାଇର ଫ୍ୟାନ୍ସ। ମୁଁ ଡେରିଲ ମିଚେଲ। ସର୍ବପ୍ରଥମେ ମୋତେ ଏହାର ଅଂଶ କରିବା ସହିତ ହଳଦିଆ ଜର୍ସି ପିନ୍ଧିବାକୁ ଅନୁମତି ଦେଇଥିବାରୁ ଧନ୍ୟବାଦ। ଏହି ଟିମରେ ସାମିଲ ଥିବା ଖେଳାଳିଙ୍କ ସହ ଖେଳିବାକୁ ମୁଁ ଅନେକ ଦିନରୁ ଉତ୍ସାହିତ ଥିଲି।’
[ad_2]