ଓଡିଶା

ମାଓ ମୁକାବିଲା ପାଇଁ ଓଡ଼ିଶାରେ ୧୧ଟି ନୂଆ କ୍ୟାମ୍ପ ପ୍ରତିଷ୍ଠା ହେବ: ପୁଲିସ ଡିଜି – bajravana

[ad_1]

ଭୁବନେଶ୍ବର: ପୁଲିସ ଡିଜି ସୁନିଲ କୁମାର ବଂଶଲ୍ ମାଓ ସମୀକ୍ଷା କରିଛନ୍ତି।  ଆଜି ମାଓ ସମୀକ୍ଷା ନେଇ ପୁଲିସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପୁଲିସ ଡିଜି ସୁନିଲ କୁମାର ବଂଶଲ୍ ଅଧ୍ୟକ୍ଷତା କରୁଛନ୍ତି।

ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ ଦେବଦତ୍ତ ସିଂହ, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଏସଆଇଡବ୍ଲୁ ଡିଆଇଜି ଉମାଶଙ୍କର ଦାସ ଉପସ୍ଥିତ ରହିଛନ୍ତି। ଏହି ବୈଠକରେ ୧୦ ନକ୍ସଲ ଅଧ୍ୟୁଷିତ ଜିଲ୍ଲା ସହ କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାର ଏସପି ମଧ୍ୟ ଯୋଗ ଦେଇଛନ୍ତି। ଏହା ସହ ସିଆରପିଏଫ୍ ଆଇଜି, ଡିଆଇଜି ଓ ବିଏସଏଫ୍ ଆଇଜି ଓ ଡିଆଇଜି ଯୋଗ ଦେଇଥିବା ଜଣାଯାଇଛି। ମାଓ ମୁକାବିଲା ପାଇଁ ଓଡ଼ିଶାରେ ୧୧ ଟି ନୂଆ କ୍ୟାମ୍ପ ପ୍ରତିଷ୍ଠା ହେବ ବୋଲି ପୁଲିସ ଡିଜି ସୁନିଲ କୁମାର ବଂଶଲ୍ ସୂଚନା ଦେଇଛନ୍ତି। ଏହାଛଡ଼ା କେକେବିଏନ୍ ଓ ନୟନପୁରୀ ଡିଭିଜନ ଫୋକସରେ ରହିବ। ସେହିପରି ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମାଓ ଅଧ୍ୟୁଷିତ ଅଞ୍ଚଳ ପୁଲିସ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କହିଛନ୍ତି ଡିଜିପି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button