ସ୍ୱାସ୍ଥ୍ୟ

ଶୀତରେ ଦୌଡିବା ଅଧିକ ଲାଭଦାୟକ : ଜାଣନ୍ତୁ ଏହାର ଫାଇଦା… – bajravana

[ad_1]

ଆରମ୍ଭ ହେଲାଣି ଶୀତ । ଶୀତରେ ଦୌଡ଼ିବା ସବୁଠାରୁ ଭଲ ବ୍ୟାୟାମ । ଏହାକୁ ନିୟମିତ କରିବା ଦ୍ୱାରା ଦୀର୍ଘଦିନ ଯାଏ ସୁସ୍ଥ ରହିପାରିବେ । କିନ୍ତୁ ଜାଣନ୍ତି କି ଖରାଦିନ ତୁଳନାରେ ଶୀତ ଋତୁରେ ଦୌଡ଼ିବା ଅଧିକ ଲାଭଦାୟକ । ଦୌଡିବା ଦ୍ୱାରା ଓଜନ କମିବାଠାରୁ ଆରମ୍ଭ କରି ହୃଦୟ ସୁସ୍ଥ ରଖିବା ଯାଏ ବହୁତ କିଛି ଫାଇଦା ମିଳିଥାଏ ।

ଶୀତ ଆରମ୍ଭ ହୋଇସାରିଛି । ସେଥିପାଇଁ ନିଜକୁ ପ୍ରସ୍ତୁତ କରିବା ଏକ ପ୍ରକାର ଭିନ୍ନ ଟାସ୍କ । ଶୀତଦିନେ ଖାଦ୍ୟପାନୀୟର ବହୁ ବିକଳ୍ପ ରହିଥାଏ । ଯଦି ଖାଦ୍ୟରେ ନିୟନ୍ତ୍ରଣ ନ କରାଯାଏ, ତେବେ ଓଜନ ବଢିବାର ଆଶଙ୍କା ରହିଥାଏ । ଫଳରେ ଓଜନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ବଢିଥାଏ । ଓଜନ ବଢିବା ଅର୍ଥ ନୁହେଁ ଜିମ୍‌ ଯିବା ଜରୁରି । ବରଂ ଦୌଡ଼ିବା ଓ ଚାଲିବା ପରି ବିନା ଉପକରଣରେ ବ୍ୟାୟାମ ଅଧିକ ଫାଇଦା ପହଞ୍ଚାଇଥାଏ । ଚାଲନ୍ତୁ ଦେଖିବା ଶୀତରେ ଦୌଡ଼ିବା କେମିତି ଲାଭପ୍ରଦ ।

ସମ୍ବେଦନଶୀଳତା ଅଧିକ ରହେ: ସର୍ଭେ ଅନୁସାରେ ଶୀତରେ ତାପଜ ସମ୍ବେଦନଶୀଳ ସ୍ତର ଗରମ ଦିନ ତୁଳନାରେ ୩୨ ପ୍ରତିଶତ ଅଧିକ ରହିଥାଏ । ଥର୍ମାଲ ସେନ୍ସସେନାଲ ଲେଭଲ୍‌ ବା ତାପଜ ସମ୍ବେଦନଶୀଳ ସ୍ତର ଅର୍ଥାତ ଶୀତରେ ଦୌଡ଼ିବା ଦ୍ୱାରା ଶରୀରକୁ ଅଧିକ ଆରାମ ମିଳିଥାଏ । ଏହାର ଅର୍ଥ ଶୀତରେ ଦୌଡ଼ିବା ସହଜ ହୋଇଥାଏ । ଜଲଦୀ ଥକ୍କାପଣ ଆସି ନଥାଏ । କିନ୍ତୁ ଖରାଦିନେ ସାମାନ୍ୟ ଦୌଡ଼ିବା ଦ୍ୱାରା ଥକ୍କାପଣ ବଢିଥାଏ ।

ଶୀତରେ ଶରୀରକୁ ଉଷୁମ ରଖିବାର ଶ୍ରେଷ୍ଠ ବିକଳ୍ପ ହେଉଛି ଦୌଡ଼ିବା । ଏହି ଋତୁରେ ଅଧିକ ଝାଳ ବାହାରି ନଥାଏ, ତେଣୁ ଜଳାଭାବ ସମସ୍ୟା ଆଦୌ ଆସି ନଥାଏ । ବରଂ ଦୌଡ଼ିବା ଦ୍ୱାରା ଶରୀରର ତାପମାତ୍ରା ବଢିଥାଏ । ଆଉ ଥଣ୍ଡା କମ୍‌ ଲାଗିଥାଏ ।

ଗବେଷଣାରୁ ଜଣାପଡିଛି ଦୌଡ଼ିବା ଦ୍ୱାରା ହୃଦୟ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇଥାଏ । ନିୟମିତ ଦୌଡ଼ିବା ଦ୍ୱାରା କାରୋନାରୀ ହାର୍ଟ ଡିଜିଜ୍‌ର ଆଶଙ୍କା ୩୦ରୁ ୪୦ ପ୍ରତିଶତ ଯାଏ କମ୍‌ ରହିଥାଏ । ଫଳରେ ଷ୍ଟ୍ରୋକ୍‌ ହେବାର ଆଶଙ୍କା କମ୍‌ ରହିଥାଏ । ଅଧିକ ଥଣ୍ଡା ଥିବା ବେଳେ ସାରା ଶରୀରକୁ ଢାଙ୍କିବା ପରେ ଦୌଡ଼ିବା ଆବଶ୍ୟକ । ସେହିପରି ଏହି ସମୟରେ ଭଲ ଜୋତା ବ୍ୟବହାର କରିବାକୁ ଭୁଲନ୍ତୁନାହିଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button