ଅପରାଧ

ଆଇଏଲ୍‌ଏସ୍‌ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ପ୍ରଫେସରଙ୍କୁ ମାଫ୍‌! – bajravana

[ad_1]

ଭୁବନେଶ୍ବର: ଜୈବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌)ରେ ବିହାରର ଜଣେ ପିଏଚ୍‌ଡି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ନୂଆମୋଡ଼ ନେଇଛି। ‘୨୫ଟି ନିଦ ବଟିକା ଖାଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ’ ଖବର ‘ସମ୍ବାଦ’ରେ ପ୍ରକାଶ ପରେ ପ୍ରତିଷ୍ଠାନ କର୍ତ୍ତୃପକ୍ଷ ଘଟଣା ଉପରେ ମାନସମନ୍ଥନ କରିବା ସହ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦିଗରେ ପଦ‌କ୍ଷେପ ନେଇଛନ୍ତି। ଅଧାରେ ରହିଥିବା ଛାତ୍ରୀଙ୍କ ପିଏଚ୍‌ଡିର ସମସ୍ତ ରିସର୍ଚ୍ଚ ପେପର୍‌କୁ କ୍ଲିଅର କରିବାକୁ ଆଜି ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମାତ୍ର ଯେଉଁ ପ୍ରଫେସରଙ୍କ ନିର୍ଯାତନା ପାଇଁ ଛାତ୍ରୀ ଜଣକ ଆତ୍ମହତ୍ୟା ପରି ଚରମ ପନ୍ଥା ଆପଣାଇଥିଲେ ତାଙ୍କ ବିରୋଧରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ। ଏପରିକି କାରଣଦର୍ଶାଅ ନୋଟିସ୍‌ଟିଏ ବି ଜାରି କରା ଯାଇନାହିଁ।

ଖବର ପ୍ରସାରିତ ହେବା ପରେ ଆଜି ସକାଳୁ ହିଁ ପ୍ରତିଷ୍ଠାନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା। ପ୍ରାୟ ୩ ଘଣ୍ଟା ଧରି ବସିଥିବା ବୈଠକରେ ଏଠାରେ କାର୍ଯ୍ୟରତ ପ୍ରଫେସର, ବୈଜ୍ଞାନିକ, କର୍ମଚାରୀ ସାମିଲ୍‌ ହୋଇ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। କେଉଁ ପରିସ୍ଥିତିରେ ଛାତ୍ରୀଜଣକ ଆତ୍ମହତ୍ୟା ଉଦ୍ୟମ କଲେ, ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଛାତ୍ରୀଜଣକ ଏମିତି ସାହସ କେମିତି କଲେ, ହଷ୍ଟେଲରେ ଯାଞ୍ଚ କରାଯାଉ ନ ଥିଲା କି, ଘଟଣା କିଭଳି ବାହାରେ ପ୍ରଘଟ ହେଲା- ଆଦି ବିଷୟରେ ତନାଘନା ହୋଇଥିଲା। ଛାତ୍ରୀଙ୍କ ଗାଇଡ୍‌ ଥିବା ଦକ୍ଷିଣ ଭାରତୀୟ ପ୍ରଫେସର ଜଣକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ପାରିବାରିକ ଅଶାନ୍ତିରେ ରହିଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ବୈଠକରେ କେତେଜଣ ମତ ରଖିଥିଲେ। ତେବେ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ଛାତ୍ରୀଙ୍କ ପିଏଚ୍‌ଡି କ୍ଲିଅର କରିବା ଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ।

ସେପଟେ ନିର୍ଯାତନାର ଶିକାର ହୋଇ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖା ଯାଇଛି। ଏ ରିପୋର୍ଟ ଲେଖାଯିବା ବେଳକୁ ଛାତ୍ରୀ ଜଣକ ସୁସ୍ଥ ହୋଇ କ୍ୟାମ୍ପସକୁ ଫେରିଛନ୍ତି। ମାତ୍ର ଏବେ ସୁଦ୍ଧା ତାଙ୍କ ମାନସିକ ସ୍ଥିତିରେ ସୁଧାର ଆସି ନ ଥିବା ତାଙ୍କର ଜଣେ ସହପାଠୀ କହିଛନ୍ତି। ଆତ୍ମହତ୍ୟ ଉଦ୍ୟମ ଖବର ପାଇ ବିହାରରୁ ଛାତ୍ରୀଙ୍କ ଭାଇ ଭୁବନେଶ୍ବର ଆସିଛନ୍ତି। ସେ ଭଉଣୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଛନ୍ତି। ପ୍ରତିଷ୍ଠାନର ନିର୍ଦ୍ଦେଶକ ମଧ୍ୟ ଇତିମଧ୍ୟରେ ଛାତ୍ରୀଙ୍କ ଭାଇଙ୍କ ସହ ଆଲୋଚନା କରିଛନ୍ତି ବୋଲି ଖବର ମିଳିଛି। ପିଏଚ୍‌ଡିର ବାକିଥିବା ପ୍ରକ୍ରିୟାକୁ ଯେତେଶୀଘ୍ର ସମ୍ଭବ ଶେଷ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଭାଇଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।

ଏହା ପ୍ରଥମ ଘଟଣା ନୁହେଁ। ଏହି ଅନୁଷ୍ଠାନରେ ପୂର୍ବରୁ ମଧ୍ୟ ଆଉଜଣେ ଛାତ୍ରୀ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଥିବାରୁ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାସ ମାସ ଧରି ପିଏଚ୍‌ଡି ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ୍‌ ମିଳୁ ନ ଥିବା ଅଭିଯୋଗ ଆସିଛି। କିଛି ପ୍ରଫେସର ଜାଣିଶୁଣି ପିଲାଙ୍କୁ ହଇରାଣ କରୁଥିବା ଜଣେ ଛାତ୍ରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button