କାର୍ ଭିତରୁ ମୃତାବସ୍ଥାରେ ଉଦ୍ଧାର ହେଲେ ‘ଓସ୍କାର୍’ ବିଜୟୀ ଚଳଚ୍ଚିତ୍ର ଅଭିନେତା – bajravana
[ad_1]
ସିଓଲ୍: ‘ଓସ୍କାର୍’ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ପାରାସାଇଟ୍’ରେ ଅଭିନୟ କରିଥିବା ଖ୍ୟାତିସମ୍ପନ୍ନ ଦକ୍ଷିଣ କୋରିଆ ଅଭିନେତା ଲି ସୁନ୍-କ୍ୟୁନ୍ଙ୍କର ମୃତ୍ୟୁ ହୋଇଯାଇଥିବା କଥା ଆଜି ଦକ୍ଷିଣ କୋରିଆର ‘ଇମର୍ଜେନ୍ସି ଅଫିସ୍’ ଘୋଷଣା କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସିଓଲ୍ର କେନ୍ଦ୍ରାଞ୍ଚଳରେ ଥିବା ଏକ ପାର୍କରେ ଗୋଟାଏ କାର୍ ଭିତରୁ ଲି’ଙ୍କୁ ଆଜି ମୃତାବସ୍ଥାରେ ଉଦ୍ଧାର କରାଯାଇଛି।
ଦକ୍ଷିଣ କୋରିଆର ନିଉଜ୍ ଏଜେନ୍ସି ‘ୟୋନ୍ହାପ୍’ ରିପୋର୍ଟ କରିଛି, ଖଣ୍ଡେ କାଗଜରେ ‘ସୁସାଇଡ୍ ନୋଟ୍’ ଭଳି କିଛି ଲେଖି ଲି’ ଘରୁ ଚାଲିଯାଇଛନ୍ତି ବୋଲି ତାଙ୍କ ସ୍ତ୍ରୀ ଥାନାରେ ରିପୋର୍ଟ କରିବା ପରେ ୪୮ ବର୍ଷିୟ ଅଭିନେତାଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଗଲା।
ଗଞ୍ଜେଇ ଓ ଅନ୍ୟାନ୍ୟ ଡ୍ରଗ୍ ଖାଉଥିବା କାରଣରୁ ତାଙ୍କ ଉପରେ ପୁଲିସ ତଦନ୍ତ ଚଳାଇଥିଲା। ଏଥିପାଇଁ ପୁଲିସ ଲି’ଙ୍କୁ ୩ ଥର ଜେରା କରିଥିଲା। ଗତ ସପ୍ତାହାନ୍ତରେ ପୁଲିସ ତାଙ୍କୁ ୧୯ ଘଣ୍ଟା ଧରି ଜେରା କରିଥିଲା। ସଫେଇ ଦେଇ ସେ କହିଥିଲେ ଯେ, ଜଣେ ବାର୍ ‘ହୋସ୍ଟେସ୍’ କୌଶଳ କରି ତାଙ୍କୁ ‘ଡ୍ରଗ୍’ ଖାଇବାରେ ଅଭ୍ୟସ୍ତ କରାଇବା ପରେ ‘ବ୍ଲାକ୍ମେଲ୍’ କରିବାକୁ ଉଦ୍ୟମ କରିଥିଲେ।
ସମ୍ମାନଜନକ ‘କୋରିଆ ନ୍ୟାସ୍ନାଲ୍ ୟୁନିଭର୍ସିଟି ଅଫ୍ ଆର୍ଟସ୍’ରୁ ସ୍ନାତକ ହାସଲ କରି ଲି’ ୨୦୦୧ରେ ‘ଲଭର୍ସ’ ନାମକ ଟେଲିଭିଜନ୍ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ। ତା’ପରେ ଚଳଚ୍ଚିତ୍ରରେ ବିଭିନ୍ନ ପ୍ରକାରର ଭୂମିକାରେ ଅଭିନୟ କରି ବିଶ୍ବରେ ପ୍ରସିଦ୍ଧି ଲାଭ କଲେ। ନିର୍ଦେଶକ ବୋଙ୍ଗ୍ ଜୁନ୍-ହୋ’ଙ୍କ ୨୦୧୯ର ‘ଓସ୍କାର’ ବିଜୟୀ ଚଳଚ୍ଚିତ୍ର ‘ପାରାସାଇଟ୍’ରେ ଅଭିନୟ କରି ସେ ବିଶେଷ ସୁଖ୍ୟାତି ଅର୍ଜନ କରିଥିଲେ।
ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘ସ୍ଲିପ୍’ ହେଉଛି ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର। ଏଥିରେ ସେ ସ୍ବପ୍ନାଟନ କରୁଥିବା (ନିଦ୍ରିତ ଅବସ୍ଥାରେ ଚାଲିବା) ଜଣେ ସ୍ବାମୀ ଭୂମିକାରେ ଅଭିନୟ କରିଛନ୍ତି। ଶେଷର ସେ ଚରିତ୍ର ଯେଉଁ ଭୟାବହ ପରିସ୍ଥିତିରେ ପଡ଼ିଛି, ତାହା ଉକ୍ତ ଚଳଚ୍ଚିତ୍ରରେ ବର୍ଣ୍ଣିତ।
ଉତ୍ତରାଧିକାରୀ ଭାବରେ ତାଙ୍କର ସ୍ତ୍ରୀ ଜିଓନ୍ ହାଇ-ଜିନ୍ ଓ ୨ ପୁଅ ଅଛନ୍ତି।
[ad_2]