ବନ୍ଧଡିହ ମେଳଣ ଉଦ୍ଯାପିତ
ଧର୍ମଶାଳା- ଯାଜପୁର ଜ଼ିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବନ୍ଧଡିହହାଟ ଠାରେ ଅନୁଷ୍ଠିତ ୧୫୨ ତମ ଶ୍ରୀ ଶ୍ରୀ ରାଧାକାନ୍ତଜୀଉ ମେଲଣ ଆଜି ଅପରାହ୍ନରେ ମହାଆଡମ୍ବର ସହିତ ଉଦ୍ୟାପିତ ହୋଇଯାଇଛି । ଏଥିରେ ପ୍ରଥମେ ଏକ ବିଶାଳ ଶୋଭାଯାତ୍ରାରେ ଆସି ବନ୍ଧଡିହ ରାଧାକାନ୍ତଜୀଉ ବିମାନ ଥାନପତି ଆସନ ଅଳଙ୍କୁତ କରିବା ପରେ ଅନ୍ୟ ସମସ୍ତ ବିମାନ ପଛକୁ ପଛ ଦଣ୍ଡାୟମାନ ହୋଇ ଏକତ୍ରିତ ହୋଇ ଫଗୁ ଖେଳିଥିଲେ । ଏହି ମେଳଣ ଉତ୍ସବରେ ବଳଦେବଜୀଉ ଦେଓଦାମଠ,ବନ୍ଧହିହର ମଦନମୋହନ,ବେଲଗୁଡିର ରାଧାମାଧବଜୀଉ,ବନ୍ଧଡିହସୁ ବୃନ୍ଦାବନଜୀଉ,ଚିତ୍ରପଦାର ଗୋପିନାଥଜୀଉ ଓ ଗୋପାଳପୁରର ଗୋପାଳଜୀଉ ଆଦି ଆଦି ଅଂଚଳରୁ ବହୁ ଛୋଟବଡ ୧୫ରୁ ଉଦ୍ଧ ବିମାନ ବିରାଟ ଶୋଭାଯାତ୍ରାରେ ରୋଷଣୀ କରି ମେଲଣ ପଡ଼ିଆରେ ଫହଚିଥିଲେ । ବିଶେଷ ଆକର୍ଷଣ ଭାବେ ଘୋଡ଼ାନାଚ,କିର୍ତନ ସହ ବହୁ ସଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ବିମାନମାନଙ୍କର ପ୍ରତିଯୋଗିତାକୁ ଏହି ମେଲଣ ଉତ୍ସବରେ ଶତାଧିକ ଲୋକଙ୍କ ଅନନ୍ଦ ମୁଖରିତ କରିଥିଲା । ଅନୁଷ୍ଠାନ ପକ୍ଷରୁ ଭୋଗ ଲାଗି କରାଯିବା । ପରେ ସସସ୍ତ ବିମାନ ଫଗୁ ଖେଳି ବିଦାକି ନେଇ ଫେରିଲେ । କୁନିକୁନି ପିଲାମାନଙ୍କ ମନୋରଂଜନ ନିମନ୍ତେ ମୀନାବଜାର ସହ ବିଭିନ୍ନ କିସମର ଦୋଳିର ବ୍ୟବସ୍ଥା କରାଯାଇଥିଲା । ଏଥିସହ ବହୁ ଘରକରଣା ନିଷ କିଣିବା ନିମନ୍ତେ ଦୋକାନରେ ମହିଳାମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବନ୍ଧହିହ ଗ୍ରାମର ମୁରବୀ ଓ ସମାଜିକକର୍ମୀ ଉପସ୍ଥିତ ରହି ଏହି ମେଲଣକୁ ସରସ ସୁନ୍ଦର କରିଥିଲେ। ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ରଥଙ୍କ ସମେତ ୧ ପ୍ଲାଟୁନ ପୋଲିସ ମୃତୟନ ରହି ଶାନ୍ତିଶୃଙ୍ଖଳା ବଜାୟ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଥିଲେ ।