ବଲିଉଡ୍ ଅଭିନେତା ଶ୍ରେୟସ୍ ତଲପଡ଼େଙ୍କୁ ହୃଦ୍ଘାତ; କରାଗଲା ‘ଆଞ୍ଜିଓପ୍ଲାଷ୍ଟି’ – bajravana
[ad_1]
ମୁମ୍ବାଇ: ହୃଦ୍ଘାତରେ ପୀଡ଼ିତ ହୋଇଥିବା ବଲିଉଡ୍ ଅଭିନେତା ଶ୍ରେୟସ୍ ତଲପଡ଼େଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଛି ଓ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ନିଉଜ୍ ଏଜେନ୍ସି ‘ଏଏନ୍ଆଇ’ ରିପୋର୍ଟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ସନ୍ଧ୍ୟା ବେଳେ ଶ୍ରେୟସ୍ଙ୍କର ହୃଦ୍ଘାତ ହେବାରୁ ତାଙ୍କୁ ମୁମ୍ବାଇ ଅନ୍ତର୍ଗତ ଅନ୍ଧେରୀ ଅଞ୍ଚଳରେ ଥିବା ବେଲିଭ୍ୟୁ ହସ୍ପିଟାଲ୍ରେ ଭର୍ତ୍ତି କରାଯିବା ପରେ ରାତି ୧୦ଟାରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଗଲା। ଏଥିପାଇଁ କରାଯାଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ସେ ଭଲ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି।
ଗୁରୁବାର ସନ୍ଧ୍ୟା ସମୟରେ ‘ୱେଲ୍କମ୍ ଟୁ ଦି ଜଙ୍ଗଲ୍’ ଚଳଚ୍ଚିତ୍ର ନିମନ୍ତେ ସୁଟିଙ୍ଗ୍ ସାରିବା ପରେ ସେ ଅଶ୍ବସ୍ତି ଅନୁଭବ କରିଥିଲେ। ପରେ ପରେ ହୃଦ୍ଘାତ ଯୋଗୁଁ ପଡ଼ିଯିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।
୪୭ ବର୍ଷିୟ ତଲପଡ଼େ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଜଣେ ଉଚ୍ଚ ପ୍ରଶଂସିତ ଅଭିନେତା। ୨୦୦୫ର ଚଳଚ୍ଚିତ୍ର ‘ଇକ୍ବାଲ୍’ରେ ସେ ପ୍ରଖ୍ୟାତ ଅଭିନେତା ନସୀରୁଦ୍ଦିନ୍ ଶାହଙ୍କ ସହିତ ଜଣେ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳି ଭୂମିକାରେ ଅଭିନୟ କରି ଅଶେଷ ଲୋକପ୍ରିୟ ହୋଇଥିଲେ। ‘ଇକ୍ବାଲ୍’ରେ ଅଭିନୟ କରିବା ପୂର୍ବରୁ ଶ୍ରେୟସ୍ ମରାଠୀ ଟେଲିଭିଜନ୍ ସୋ’ ଓ ନାଟକରେ ଅଭିନୟ କରୁଥିଲେ। ଏହାଛଡ଼ା, ସେ ‘ୱେଲ୍କମ୍ ଟୁ ସଜ୍ଜନପୁର’ରେ ମଧ୍ୟ ସେ ଉଚ୍ଚକୋଟୀର ଅଭିନୟ କରିଛନ୍ତି।
‘ଓମ୍ ଶାନ୍ତି ଓମ୍’, ‘ଗୋଲ୍ମାଲ୍ ରିଟର୍ଣ୍ଣସ୍’ ଏବଂ ‘ହାଉସ୍ଫୁଲ୍ ୨’ ଆଦି କେତେଗୁଡ଼ିଏ ‘ବକ୍ସ-ଅଫିସ୍ ହିଟ୍’ ଚଳଚ୍ଚିତ୍ରରେ ବି ସେ ଅଭିନୟ କରିଛନ୍ତି। ସେ ଅଭିନୟ କରିଥିବା ଅନ୍ୟ ଏକ ଉଚ୍ଚପ୍ରଶଂସିତ ଚଳଚ୍ଚିତ୍ର ହେଉଛି ‘ଡୋର୍’।
ସମ୍ପ୍ରତି ସୁଟିଙ୍ଗ୍ ଚାଲିଥିବା ଚଳଚ୍ଚିତ୍ର ‘ୱେଲ୍କମ୍ ଟୁ ଦି ଜଙ୍ଗଲ୍’ର ନିର୍ଦେଶନା ଦେଉଛନ୍ତି ଅହମଦ୍ ଖାଁ। ଅଭିନୟରେ ଅଛନ୍ତି, ଅକ୍ଷୟ କୁମାର, ଦୀଶା ପଟାନି, ସୁନୀଲ୍ ସେଟ୍ଟୀ, ପରେଶ ରାୱଲ୍, ରବୀନା ଟଣ୍ଡନ୍, ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍, ସଞ୍ଜୟ ଦତ୍ତ, ରାଜପାଲ୍ ଯାଦବ, କିକୁ ଶାର୍ଦା, ଦାଲେର୍ ମେହନ୍ଦୀ, ମିକା ସିଂହ, ରାହୁଲ୍ ଦେବ, ମୁକେଶ ତିୱାରୀ, ଶାରିବ ହାସ୍ମି, ଇନାମୁଲ୍ହକ୍, ଜାକିର୍ ହୁସେନ୍ ଓ ଯଶପାଲ୍ ଶର୍ମା।
[ad_2]