ଟ୍ବେଣ୍ଟି-୨୦ ଶୃଙ୍ଖଳା ବରାବର: ସୂର୍ଯ୍ୟଙ୍କ ଶତକ, କୁଲଦୀପଙ୍କ ୫ ୱିକେଟ୍ରେ ଜିତିଲା ଭାରତ – bajravana
[ad_1]
ଜୋହାନ୍ସବର୍ଗ, ୧୪/୧୨: ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଶତକ ପରେ ପରେ ବାର୍ଥ ଡେ’ ବୟ କୁଲଦୀପ ଯାଦବଙ୍କ ୫ ୱିକେଟ୍ ସଫଳତା ବଳରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ ତୃତୀୟ ଟ୍ବେଣ୍ଟି-୨୦କୁ ୧୦୬ ରନ୍ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍କୁ ବର୍ଷା ଧୋଇ ନେଇଥିଲା ବେଳେ ଦ୍ବିତୀୟରେ ଘରୋଇ ଦଳ ଜିତିଥିଲା। ଗୁରୁବାର ତୃତୀୟ ମ୍ୟାଚ୍କୁ ଭାରତ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରିଛି। ରବିବାରଠୁ ଏହି ଦୁଇ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବେ। ୨୦୨ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଘରୋଇ ଦଳ ୧୩.୫ ଓଭରରେ ୯୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ୧୪ତମ ଓଭରରେ ୫ ବଲ୍ ଭିତରେ ୩ ୱିକେଟ୍ ନେଇ କୁଲଦୀପ ୫ ୱିକେଟ୍ ସଫଳତା ସହ ମ୍ୟାଚ୍ ମୁଣ୍ଡି ମାରିଥିଲେ। ଡେଭିଡ ମିଲର (୩୫), ଐଦେନ ମାର୍କରାମ (୨୫) ଓ ଡୋନାଭାନ (୧୨)ଙ୍କ ଛଡ଼ା ଅନ୍ୟ କୌଣସି ଦକ୍ଷିଣ ଆଫ୍ରିକା ବ୍ୟାଟର୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ସୂର୍ଯ୍ୟକୁମାରଙ୍କ ଚତୁର୍ଥ ଟ୍ବେଣ୍ଟି-୨୦ ଶତକ ସହିତ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍ଙ୍କ ଚିତାକର୍ଷକ ବ୍ୟାଟିଂ ସହାୟତାରେ ଭାରତ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ୨୦୧/୭ ସ୍କୋର କରିଥିଲା। ପ୍ରଥମ ଓଭରରୁ ଆକ୍ରମଣାତ୍ମକ ଖେଳିବା ଆରମ୍ଭ କରି ଜୟସ୍ବାଲ୍ ଓ ଶୁବମନ ଗିଲ୍ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଜୟସ୍ବାଲ୍ ଓ ସୂର୍ଯ୍ୟ ତୃତୀୟ ୱିକେଟ୍ରେ ୭୦ ବଲ୍ରୁ ୧୧୨ ରନ୍ ଯୋଡ଼ିଥିଲେ। ଅର୍ଦ୍ଧଶତକ ଅର୍ଜନ କରିଥିବା ଜୟସ୍ବାଲ୍ (୬୦, ୪୧ ବଲ୍, ୬ଚୌକା, ୩ଛକା)ଙ୍କୁ ତାବ୍ରେଜ ସାମ୍ସି ଆଉଟ୍ କରି ଯୋଡ଼ି ଭାଙ୍ଗିଥିଲେ। ଏହାସତ୍ତ୍ବେ ସୂର୍ଯ୍ୟ ଗୋଟିଏ ପଟରୁ ରନ୍ ବାହାର କରି ନିଜର ଚତୁର୍ଥ ଶତକ (୧୦୦, ୫୬ ବଲ୍, ୭ଚୌକା, ୮ଛକା) ପୂରଣ କରିଥିଲେ। ସୂର୍ଯ୍ୟକୁମାର ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୦୧/୭ (ସୂର୍ଯ୍ୟକୁମାର ଯାଦବ-୧୦୦, ଯଶସ୍ବୀ ଜୟସ୍ବାଲ-୬୦, କେଶବ ମହାରାଜ-୨/୨୬, ଲିଜାଡ ୱିଲିୟମ୍ସ-୨/୪୬)। ଦକ୍ଷିଣ ଆଫ୍ରିକା ୧୩.୫ ଓଭରରେ ୯୫ (ଡେଭିଡ ମିଲର-୩୫, ଐଦେନ ମାର୍କରାମ-୨୫, କୁଲଦୀପ ଯାଦବ-୫/୧୭, ରବୀନ୍ଦ୍ର ଜାଡ଼େଜା-୨/୨୫)।
[ad_2]