ଖେଳ ଖବର

୨ୟ ଟି୨୦: ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ୧୮୦/୭, ବର୍ଷା ଯୋଗୁଁ ପୁଣି ଅଟକିଲା ଖେଳ – bajravana

[ad_1]

କେବେରହା : ଦକ୍ଷିଣ ଆଫ୍ରିକାର କେବେରହାସ୍ଥିତ ସେଣ୍ଟ ଜର୍ଜ ପାର୍କଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ୧୮୦ ରନ କରିଛି ଭାରତ । ବର୍ଷା ଯୋଗୁଁ ସଂପୂର୍ଣ୍ଣ ୨୦ ଓଭର ଖେଳ ହୋଇପାରିନଥିଲା ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଯଶସ୍ବୀ ଜୟସ୍ବାଲ ଓ ଶୁଭମନ ଗିଲ୍ ଖାତା ଖୋଲିପାରିନଥିଲେ । ତେବେ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ସତର୍କତାର ସହ ବ୍ୟାଟିଂ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ବର୍ମା ଆଉଟ ହେବା ପରେ ଆସିଥିବା ରିଙ୍କୁ ସିଂ ବିସ୍ଫୋରକ ବ୍ଯାଟିଂର ପ୍ରଦର୍ଶନ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ସେ ଅପରାଜିତ ୬୮ ରନ କରିଥିବାବେଳେ ସୂର୍ଯ୍ୟକୁମାର ୫୬ ରନ କରିଥିଲେ । ରବୀନ୍ଦ୍ର ଜାଦେଜା ୧୯ ରନ କରିଥିଲେ । ତେବେ ୧୯.୩ ଓଭରରେ ବର୍ଷା ହେବାରୁ ଖେଳ ଅଟକି ଯାଇଥିଲା । ସେତେବେଳେ ରିଙ୍କୁ ୬୮ ରନ ଓ ମହମ୍ମଦ ସିରାଜ ୦ ରନ କରି କ୍ରିଜରେ ଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button