ଗୁଟ୍ଖା ବିଜ୍ଞାପନ ପାଇଁ ଅଜୟ, ଅକ୍ଷୟ, ଶାହରୁଖ୍ଙ୍କୁ ନୋଟିସ୍ – bajravana
[ad_1]
ନୂଆଦିଲ୍ଲୀ: ଗୁଟ୍ଖାର ପ୍ରଚାର କରୁଥିବା ବଲିଉଡ୍ର ଚର୍ଚ୍ଚିତ ଅଭିନେତା ଅକ୍ଷୟ କୁମାର, ଶାହରୁଖ୍ ଖାନ୍ ଏବଂ ଅଜୟ ଦେବଗନଙ୍କୁ କେନ୍ଦ୍ର ସରକାର ନୋଟିସ୍ ଜାରି କରିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠଙ୍କୁ ସରକାର ଏହା କହିଛନ୍ତି। ସମାନ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାରୁ ଏହି ମାମଲା ଖାରଜ କରିବାକୁ ସରକାରୀ ଓକିଲ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ୍ ରାଜେଶ ସିଂହ ଚୌହ୍ବାନ ଏହି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ଅଭିଯୋଗ ଉପରେ ନଜର ପକାଇବାକୁ ସରକାରଙ୍କୁ କହିଥିଲେ। ସେଲିବ୍ରିଟିମାନେ ବେଶ ସମ୍ମାନ ପାଉଥିବା ବେଳେ ଗୁଟ୍ଖା ଭଳି ଉତ୍ପାଦର ପ୍ରସାର କରିବା ଦ୍ବାରା ସମାଜ ଉପରେ ତାହାର ଖରାପ ପ୍ରଭାବ ପଡ଼ୁଛି। ସରକାର ଏଥିପ୍ରତି ଯେତିକି ଦୃଷ୍ଟି ଦେବା କଥା ଦେଉନଥିବା ଅଭିଯୋଗ ରହିଛି। ଏହି ମାମଲାରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ହାଇକୋର୍ଟ ନୋଟିସ ପଠାଇଥିଲେ। ଉଲ୍ଲେଖଯୋଗ୍ୟ ଏକ ଗୁ୍ଟ୍ଖା କଂପାନିକୁ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନୋଟିସ୍ ପଠାଇଥିଲେ। ଚୁକ୍ତି ଶେଷ ହେବା ସତ୍ବେ କଂପାନି ବିଜ୍ଞାପନକୁ ପ୍ରଚାର କରୁଥିବାରୁ ଅମିତାଭ ବାଧ୍ୟ ହୋଇ କଂପାନିକୁ ଆଇନଗତ ନୋଟିସ୍ ପଠାଇଥିଲେ।
[ad_2]