ସିନେମା ରିଲିଜ ପୂର୍ବରୁ ଆହତ ହେଲି, ଆସନ୍ତାକାଲି ମୋର ଅସ୍ତ୍ରୋପଚାର ହେବ : ରିତେଶ ପାଣ୍ଡେ – bajravana
[ad_1]
ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ରିତେଶ ପାଣ୍ଡେଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସିନେମା ସୁଟିଂ ସମୟରେ ରିତେଶଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଫଳରେ ସେ ଗୁରୁତର ଆହତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଫଟୋ ଉଠାଇ ରିତେଶ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଫ୍ୟାନ୍ସମାନଙ୍କୁ ଦେଇଛନ୍ତି।
ସୂଚନାଯୋଗ୍ୟ, ରିତେଶ ପାଣ୍ତେ ଭୋଜପୁରୀ ସିନେମା ଜଗତର ଜଣେ ଜଣାଣୁଣା ଓ ପ୍ରତିଭାସମ୍ପନ୍ନ ନାୟକ। ଡିସେମ୍ବର ୧୫ ତାରିଖରେ ତାଙ୍କ ଅଭିନୀତ ସିନେମା ‘ଆସରା’ ରିଲିଜ ହେବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଅଭିନେତା ଖୁବ ଖୁସି ଥିବା ବେଳେ ତାଙ୍କ ସହ ଏହି ଅଘଟଣ ଘଟିଯାଇଛି। ସିନେମା ସୁଟିଂ ସମୟରେ ରିତେଶ ଗୁରୁତର ଆହତ ହୋଇଥିଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରିତେଶ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ‘‘ନମସ୍କାର ମୁଁ ରିତେଶ ପାଣ୍ତେ। ଏକ ସିନେମାର ସୁଟିଂ ସମୟରେ ଦୁର୍ଭାଗ୍ୟବଶତଃ ଆହତ ହୋଇଥିଲି। ଯେଉଁ କାରଣରୁ ମୋ ଆଣ୍ଠୁରେ ଆଘାତ ଲାଗିବା ସହିତ ଯନ୍ତ୍ରଣା ହେଉଛି। ଆସନ୍ତାକାଲି ମୋର ଆଣ୍ଠୁର ଅସ୍ତ୍ରୋପଚାର ହେବ। ସଫଳ ଅସ୍ତ୍ରାପଚାର ପାଇଁ ମୋତେ ଆପଣମାନଙ୍କ ଆର୍ଶୀବାଦ ନିହାତି ଆବଶ୍ୟକ।’’
ଡିସେମ୍ବର ୧୫ ତାରିଖରେ ମୋ ଅଭିନୀତ ସିନେମା ‘ଆସରା’ ରିଲିଜ ହେବ। ମୋର ବହୁତ ଆଶା ଥିଲା କି ରିଲିଜ ସମୟରେ ମୁଁ ମୋର ଫ୍ୟାନ୍ସଙ୍କୁ ଭେଟିବି। ତାଙ୍କ ଠାରୁ ସିଧାସଳଖ ପ୍ରତିକ୍ରିୟା ନେବି। କିନ୍ତୁ ମୋର ଏହି ଆଶା ଆଶାରେ ରହିଗଲା। ଆପଣମାନଙ୍କୁ ଅନୁରୋଧ ମୋର ସିନେମା ନିଶ୍ଚୟ ଦେଖିବେ।
[ad_2]