ମନୋରଞ୍ଜନ

ଓଜନ କମାଇବାରେ ବ୍ୟସ୍ତ ଅଛନ୍ତି ପରିଣୀତି – bajravana

[ad_1]

ପ୍ରଖ୍ୟାତ ପଞ୍ଜାବୀ ଗାୟକ ସ୍ବର୍ଗତ ଅମର ସିଂହ ଚମକିଲାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ ଅଭିନେତ୍ରୀ ପରିଣୀତା ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ଏହି ସିନେମାରେ ଚମକିଲାଙ୍କ ଭୂମିକାରେ ଗାୟକ ତଥା ଅଭିନେତା ଦିଲଜିତ୍‌ ଦୋସାଞ୍ଝ ରହିଥିବା ବେଳେ ଚମକିଲାଙ୍କ ପତ୍ନୀ ଅମରଜୋତ କୌରଙ୍କ ଚରିତ୍ରରେ ପରିଣୀତ ଅଭିନୟ କରିଛନ୍ତି। ଇମତିୟାଜ ଅଲୀ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନିଜର ଭୂମିକାକୁ ଜୀବନ୍ତ କରିବା ଲାଗି ପରିଣୀତିଙ୍କୁ ୧୫ କିଲୋଗ୍ରାମ୍ ଓଜନ ବଢ଼ାଇବାକୁ ପଡ଼ିଥିଲା। ଚଳଚ୍ଚିତ୍ରଟିର ସୁଟିଂ ସରିଲା ପରେ ସେ ଏବେ ଓଜନ କମାଇ ନିଜର ପୂର୍ବାବସ୍ଥା ଫେରି ପାଇବା ଲାଗି ନିୟମିତ ବ୍ୟାୟାମଶାଳା ଯାଇ କସରତ କରୁଛନ୍ତି। ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ସେ ବ୍ୟାୟାମ କରୁଥିବାର ଏକ ଭିଡିଓ ଛାଡ଼ି ତାହା ସ୍ପଷ୍ଟ କରିଛନ୍ତି।

ଏଥି ସହିତ ଉକ୍ତ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ଏ. ଆର୍‌. ରେହମାନଙ୍କ ଷ୍ଟୁଡିଓରେ କଣ୍ଠଦାନ କରିବାରେ ଛଅ ମାସ କାଳ ବ୍ୟସ୍ତ ଥିଲେ ବୋଲି ପରିଣୀତି ପ୍ରକାଶ କରିଛନ୍ତି। ଷ୍ଟୁଡିଓରୁ କଣ୍ଠଦାନ କରି ଫେରିଲା ପରେ ଘରେ ଫାଷ୍ଟ୍ ଫୁଡ୍‌ ଖାଇ ସେ ନିଜ ଓଜନ ବଢ଼ାଇବେରେ ଲାଗି ପଡ଼ିଥିଲେ। ସେହି ଦିନତକ ତାଙ୍କର ଦୈନନ୍ଦିନ ଜୀବନରେ ‘ସଂଗୀତ ଓ ଖାଦ୍ୟ’ ମୁଖ୍ୟ କାରବାର ଥିଲା ବୋଲି ସେ କହିଛନ୍ତି। ଫିଲ୍ମଟିର ସୁଟିଂ ଓ ଅନ୍ୟାନ୍ୟ କାମ ସରିଯାଇଥିବାରୁ ସେ ଏବେ ଓଜନ କମାଇବାକୁ କଠିନ ପରିଶ୍ରମ କରୁଛନ୍ତି। ସୂଚନାଯୋଗ୍ୟ, ଶେଷ ଥର ପାଇଁ ପରିଣୀତିଙ୍କୁ ଅକ୍ଷୟ କୁମାର ଅଭିନୀତ ସିନେମା ‘ମିସନ୍‌ ରାଣୀଗଞ୍ଜ’ରେ ଦେଖିବାକୁ ମିଳିଥିଲା। ଗତ ସେପ୍‌ଟେମ୍ବର ମାସରେ ଆମ୍‌ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କ ସହିତ ପରିଣୀତାଙ୍କର ଶୁଭ ପରିଣୟ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button