ମନୋରଞ୍ଜନ

ସହଜ ନଥିଲା ରଣବୀରଙ୍କ ରାସ୍ତା, ‘ଆନିମଲ’ ପାଇଁ ବୁହାଇଥିଲେ ଝାଳ – bajravana

[ad_1]

ମୁମ୍ବାଇ:  ଡିସେମ୍ବର ୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଆନିମଲ’। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ରଣବୀର କପୁର ଅଭିନୟ କରିଥିବା ବେଳେ ବକ୍ସ ଅଫିସରେ ଏହା ଧମାଲ ମଚାଇଛି। ରିଲିଜ୍ ପୂର୍ବରୁ ଫିଲ୍ମଟି ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି କୁହାଯାଉଥିଲା। ରିଲିଜ ପରେ ଏହା ସତ ହେବ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି। ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତାଙ୍କ ପର୍ଯ୍ୟନ୍ତ ସମସ୍ତେ ଫିଲ୍ମକୁ ପସନ୍ଦ କରିଛନ୍ତି।

ଫିଲ୍ମଟି ୨ଦିନରେ ହିଁ ୨୦୦କୋଟି ଟଙ୍କା ଆୟ କରିଛି। ତେବେ କେବଳ ଭାରତରେ ନୁହେଁ, ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇ ଏହି ଆକଳନ କରାଯାଇଛି। ଫିଲ୍ମକୁ ଆଜି ଯେଉଁ ଭଲପାଇବା ମିଳୁଛି, ଏହାକୁ ପାଇବା ପାଇଁ ସବୁ କଳାକାର କଡ଼ା ପରିଶ୍ରମ କରିଥିଲେ। ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ଅଭିନେତା ରଣବୀର କପୁରଙ୍କୁ ‘ଆନିମଲ’ରେ ଥିବା ଚରିତ୍ର ପାଇଁ ନିଜକୁ ପ୍ରସ୍ତୁତ କରିବା ସହଜ ନଥିଲା। ଚରିତ୍ର ପାଇଁ ଭଲ ଶାରୀରିକ ଗଠନର ଆବଶ୍ୟକତା ଥିବାରୁ ଜିମ୍ ଯାଇ କଡ଼ା ପରିଶ୍ରମ କରିଥିଲେ ରଣବୀର। ଏବେ ଏହାର ଭିଡିଓ ସେୟାର କରିଛନ୍ତି ରଣବୀରଙ୍କ ଜିମ୍ ଟ୍ରେନର।

ଅନ୍ୟପକ୍ଷରେ ଅଭିନେତା ବବି ଦେଓଲଙ୍କ ଚରିତ୍ରକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଏହି ଫିଲ୍ମର ସଫଳତା ବବିଙ୍କ  ଫିଲ୍ମ କ୍ୟାରିୟରରେ ଭିନ୍ନ ମୋଡ଼ ଆଣିବ ବୋଲି କୁହାଯାଉଛି। ଅନେକ ଫ୍ଲପ ଫିଲ୍ମ ଦେବା ପରେ ଘରେ ବସିଥିଲେ ବବି। ଏହା ପରେ ୱେବ ସିରିଜ୍ ‘ଆଶ୍ରମ’ ତାଙ୍କୁ ପୁଣି ଥରେ ଲାଇମ ଲାଇଟକୁ ଆଣିଥିଲା। ଏବେ ‘ଆନିମଲ’ରେ ଖଳନାୟକ ଭୂମିକାରେ ଆସି ଦର୍ଶକଙ୍କ ମନ କିଣିଛନ୍ତି ବବି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button