ତେଲେଙ୍ଗାନାରେ କଂଗ୍ରେସ ଆଗୁଆ : ଏକଜିଟ୍ ପୋଲ୍ – bajravana
[ad_1]
ହାଇଦ୍ରାବାଦ,୩୦/୧୧ : ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆସିଛି ଏକଜିଟ୍ ପୋଲ୍ । ଏକଜିଟ୍ ପୋଲ୍ ଅନୁଯାୟୀ, ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି । ଶାସକ ଭାରତୀୟ ରାଷ୍ଟ୍ରୀୟ ସମିିତି ଦ୍ଵିତୀୟରେ ଥିବା ପୋଲ୍ରୁ ଆକଳନ କରାଯାଇଛି । ତେଲେଙ୍ଗାନା ପାଇଁ ପୋଲ୍ ଅଫ୍ ପୋଲ୍ରେ କଂଗ୍ରେସକୁ ୫୬ ସିଟ୍ ମିଳୁଥିବା ବେଳେ ବିଆରଏସକୁ ୪୮ ସିଟ୍ ଏବଂ ଅନ୍ୟକୁ ଶୂନ୍ୟ ସିଟ୍ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି ।
ସେହିପରି ଜନ କି ବାତ୍ର ଏକଜିଟ୍ ପୋଲ୍ରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି। ଏଠାରେ ଦଳକୁ ୪୮ରୁ ୬୪ଟି ଆସନ ମିଳୁଥିବା ପୂର୍ବାନୁମାନ କରାଯାଇଛି । ସେହିପରି ବିଆରଏସକୁ ୪୦ରୁ ୫୫ ଆସନ ମିଳିବ ବୋଲି ଅନୁମାନ କରାଯାଇଛି । ଦକ୍ଷିଣ ଭାରତର ଏହି ରାଜ୍ୟରେ ବିଜେପିକୁ ୭ରୁ ୧୩ ସିଟ୍ ମିଳୁଥିବା ଜନ କି ବାତ୍ ଏକଜିଟ୍ ପୋଲ୍ରେ ଆକଳନ କରାଯାଇଛି।
ସୂଚନାଯୋଗ୍ୟ, ତେଲେଙ୍ଗାନାର ମୋଟ୍ ବିଧାନସଭା ସିଟ୍ ସଂଖ୍ୟା ହେଉଛି ୧୧୯। ଏଠାରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଦରକାର ୬୦ ଆସନ । ତେବେ ଆସିଥିବା ଏକଜିଟ୍ ପୋଲ୍ରେ କଂଗ୍ରେସ ଆଗୁଆ ରହିଥିଲେ ହେଁ ବିଆରଏସ ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି। ଯଦି କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନ ମିଳେ ତେବେ ତେଲେଙ୍ଗାନାରେ ବିଜେପି କିଙ୍ଗ୍ ମେକର ଭୂମିକା ନିର୍ବାହ କରିପାରେ।
[ad_2]