ଖେଳ ଖବର

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦, ଦିନିକିଆ ଓ ଟେଷ୍ଟ ସିିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ – bajravana

[ad_1]

ନୂଆଦିଲ୍ଲୀ: ବିଶ୍ବକପ ଶେଷ ହେବା ପରେ ଏବେ ଭାରତ, ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ଖେଳୁଛି। ଏହି ସିରିଜରେ ଅନେକ ଆଗ ଧାଡ଼ିର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ଏମଧ୍ୟରେ ବିସିସିଆଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦, ଦିନିକିଆ ଓ ଟେଷ୍ଟ ସିିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଏଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ଓ ଦିନିକିଆରେ ବିରାଟ କୋହଲି, ରୋହିତ ଶର୍ମା ଓ ମହମ୍ମଦ ଶାମିଙ୍କ ଭଳି ଖେଳାଳି ଖେଳିବେନି ବୋଲି ଜଣାପଡ଼ିଛି। ହେଲେ ଟେଷ୍ଟ ସିରିଜରେ ଏମାନଙ୍କୁ ଦଳରେ ସାମିଲ କରାଯାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ୩ଟି-୨୦ ମ୍ୟାଚ୍ ପାଇଁ ଭାରତ ପକ୍ଷରୁ ଖେଳିବାକୁ ଥିବା କ୍ରିକେଟରମାନେ ହେଲେ ଯଶସ୍ବୀ ଜୈସୱାଲ, ଶୁଭମନ ଗିଲ୍, ଋତୁରାଜ ଗାଇକୱାଡ, ତିଲକ ମର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂ, ଶ୍ରେୟସ ଅୟର, ଈଶାନ କିଶନ (ୱିକେଟକିପର), ଜିତେଶ ଶର୍ମା (ୱିକେଟକିପର), ରବିନ୍ଦ୍ର ଜାଦେଜା (ଉପଅଧିନାୟକ), ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୁ, , ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଦୀପକ ଚହର।

ସେହିଭଳି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ’ଟି ଦିନିକିଆ ମ୍ୟାଚ୍ ପାଇଁ ଭାରତ ପକ୍ଷରୁ ଖେଳିବାକୁ ଥିବା କ୍ରିକେଟରମାନେ ହେଲେ ଋତୁରାଜ ଗାଇକୱାଡ, ସାଇ ସୁଦର୍ସନ, ତିଲକ ମର୍ମା, ରଜତ ପଟିଦାର, ରିଙ୍କୁ ସିଂ, ଶ୍ରେୟସ୍ ଅୟର, କେ.ଏଲ୍ ରାହୁଲ (ଅଧିନାୟକ) (ୱିକେଟକିପର),ସଞ୍ଜୁ ସାମସନ (ୱିକେଟକିପର), ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆବେଶ ଖାନ, ଅର୍ଶଦୀପ ସିଂ, ଦୀପକ ଚହର।

ଏହା ସହ ୨ଟି ଟେଷ୍ଟ ସିିରିଜ ପାଇଁ ଭାରତ ପକ୍ଷରୁ ଖେଳିବେ, ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଶ୍ରେୟସ ଅୟର, ଋତୁରାଜ ଗାଇକୱାଡ, ଈଶାନ କିଶନ (ୱିକେଟକିପର), କେ.ଏଲ୍ ରାହୁଲ (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଦେଜା, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା (ଉପଅଧିନାୟକ), ପ୍ରସିଦ୍ଧ କୃଷ୍ଣ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button