ଅପରାଧ

୫ ବର୍ଷରେ ବ୍ୟାଙ୍କ ଠକେଇ ଦୁଇଗୁଣା ବଢ଼ିଛି: ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ କରିବ ଅର୍ଥ ବିଭାଗ – bajravana

[ad_1]

ନୂଆଦିଲ୍ଲୀ: ଦେଶରେ ଗତ ୫ ବର୍ଷରେ ବ୍ୟାଙ୍କ ଠକେଇ ଦୁଇଗୁଣା ବୃଦ୍ଧି ଘଟିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶରେ ବ୍ୟାଙ୍କ ଠକେଇ ସଂଖ୍ୟା ୬୮୦୦ ରହିଥିଲା। କିନ୍ତୁ ୨୦୨୨-୨୩ରେ ଉକ୍ତ ସଂଖ୍ୟା ୧୩,୫୩୦ରେ ପହଞ୍ଚିଛି। ୨୦୧୯-୨୦ରେ ବ୍ୟାଙ୍କ ଠକେଇ ସଂଖ୍ୟା ୮୭୦୩, ୨୦୨୦-୨୧ରେ ୭୩୫୯, ୨୦୨୧-୨୨ରେ ୯୧୦୩ ରହିଥିଲା। ଦେଶରେ ବ୍ୟାଙ୍କ ଠକେଇ ବୃଦ୍ଧି ପାଉଥିବାରୁ ସରକାର ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ସଂପର୍କିତ ସଂସଦୀୟ କମିଟି ଏହି ପ୍ରସଙ୍ଗକୁ ଅନୁଧ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହରେ ଆର୍ଥିକ ସେବା ବିଭାଗ ସଚିବ ବିବେକ ଜୋଶୀ ରିଜର୍ଭ ବ୍ୟାଙ୍କ, ଟ୍ରାଇ, ଦୂରସଂଚାର ବିଭାଗ ଏବଂ ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଆଦି ସଂସ୍ଥାଗୁଡ଼ିକ ସହିତ ବିଚାରବିମର୍ଶ କରିବ। ସଂସଦୀୟ ସ୍ଥାୟୀ କମିଟି ପୂର୍ବରୁ ଅର୍ଥ ମନ୍ତ୍ରାଳୟ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏମ୍‌ଡିଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରି ସାରିଛନ୍ତି।

ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ସଂସ୍ଥା ଇଣ୍ଡିଆନ ସାଇବର ଅପରାଧ ସଂଯୋଜନ କେନ୍ଦ୍ର ୪ ବର୍ଷର ପୁରୁଣା ନ୍ୟାସନାଲ ସାଇବରକ୍ରାଇମ ରିପୋର୍ଟିଂ ପୋର୍ଟାଲରୁ ତଥ୍ୟ ଉପସ୍ଥାପନ କରିବ। ଏଥିପାଇଁ ଉକ୍ତ ସେଣ୍ଟର ସହିତ ଆର୍ଥିକ ସେବା ବିଭାଗ ଯୋଗାଯୋଗ ସ୍ଥାପନ କରିଛି। ବ୍ୟାଙ୍କଗୁଡ଼ିକ ଯଦିଓ ଗ୍ରାହକଙ୍କୁ ସଚେତନ କରାଉଛନ୍ତି ତଥାପି ଠକେଇ ବନ୍ଦ ହେଉନାହିଁ। ପାସୱାର୍ଡ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ଠକମାନେ କାରସାଜି କରି ଗ୍ରାହକଙ୍କ ଠାରୁ ନେଇ ଯାଉଛନ୍ତି। ଏଭଳି ସ୍ଥିତିରେ ଗ୍ରାହକଙ୍କୁ ସାହାଯ୍ୟ କରିବାକୁ ବ୍ୟାଙ୍କ ହାତ ଟେକି ଦେଉଛନ୍ତି। ଫଳରେ ଠକେଇକୁ କିଭଳି ରୋକାଯାଇ ପାରିବ ତାହାର ଏକାଧିକ ବିକଳ୍ପ ବାହାର କରିବା ଉପରେ ଅର୍ଥ ମନ୍ତ୍ରାଳୟ ଓ ରିଜର୍ଭ ବ୍ୟାଙ୍କ ବିଚାର କରୁଛନ୍ତି। ଏପରିକି ଯଦି ଗୋଟିଏ ଆକାଉଣ୍ଟରୁ ଅର୍ଥ ଯାଏ ତାହେଲେ ତାହାକୁ କିଭଳି ରୋକାଯାଇ ପାରିବ ତାହା ଉପରେ ଚିନ୍ତା କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button