ଓଡିଶା

ନବୀନ ସବୁବେଳେ ନବୀନ ଆଉ ନମ୍ବର-୧

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୪।୧୦: ପୁଣି ନବୀନ ହେରା ନମ୍ବର ୧ ଏହାଜ଼ଛନ୍ତି , ଆଗକୁ ନିର୍ବାଚନ ଆସୁଛି , ନବୀନଙ୍କୁ ଯେତେ ପଚହାରେ ପକାଇ ବଦ୍ନାମ କରିବାକୁ ଚାହିଁଲେ ବି ନବୀନ ସବୁବେଳେ ନବୀନ ହୋଇରହିଛନ୍ତି , ତାଙ୍କୁ ବାର୍ଦ୍ଧକ୍ୟ ଆସୁନାହିଁ କି ଆସିବାର ନାହିଁ ବୋଲି ଏହି କଥା ପ୍ରମାଣ ହୋଇଯାଇଛି , ୧୯୯୯ ମହାବାତ୍ୟା ପରେ ପୁଣି ତିତିଲ ର ସଫଳ ମୁକାବିଲା ପାଇଁ ସେ ବି ସାରା ଦେଶରେ ନିଜର ପ୍ରିୟତା ହାସଲ କରିବାର ପଥ ପରିସ୍କାର କରି ସାରିଲେଣି , ତାପରେ ଆଉ ଏକ ନୂଆ କଥା ସେ ୨୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦେଶର ନଂ୧ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଲୋକପ୍ରିୟତାର ୨୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ବହୁ ଆଗରେ ଅଛନ୍ତି ନବୀନ। ୫୮ ପ୍ରତିଶତ ଓଡ଼ିଆ ଏବେ ବି ଚାହୁଁଛନ୍ତି ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ‘ଇଣ୍ଡିଆ ଟୁଡେ’ ପତ୍ରିକା ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଦେଶର ଟପ୍‌ ୫ ମୁଖ୍ୟମନ୍ତ୍ରୀ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ୫୯ ପ୍ରତିଶତ ଭୋଟ ପାଇ ପ୍ରଥମ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ। ଦ୍ୱିତୀୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(୫୩ ପ୍ରତିଶତ ଭୋଟ)ଥିବାବେଳେ ତୃତୀୟରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ(୫୨ ପ୍ରତିଶତ ଭୋଟ)ରହିଛନ୍ତି। ସେହିପରି ଚତୁର୍ଥରେ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ (୫୧ ପ୍ରତିଶତ ଭୋଟ) ଓ ପଞ୍ଚମ ସ୍ଥାନରେ ଅଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି (୪୮ ପ୍ରତିଶତ ଭୋଟ)। ଲଗାତାର ଚତୁର୍ଥଥର ପାଇଁ ଓଡ଼ିଶାବାସୀଙ୍କ ହୃଦୟ ଜିଣି ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଲୋକପ୍ରିୟତା ଆଗ ଭଳି ଅତୁଟ ରହିଛି, ଯାହା ଏହି ସର୍ଭେ ରିପୋର୍ଟରୁ ଜଣାପଡିଛି। ନିର୍ମଳ ଭାବମୂର୍ତ୍ତି ଓ ଲୋକହିତକର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ନିଜ ସପକ୍ଷରେ ଆଣିବାକୁ ସକ୍ଷମ ହୋଇଛନ୍ତି ନବୀନ। ଖାଲି ସେତିକି ନୁହଁ ଏହି ଆକଳନ ପରେ ପୂର୍ବରୁ ଆଉ ଏକ ଗଣମାଧ୍ୟମ ରେ ରାଜ୍ୟରେ ବିଜେପି ର ସ୍ତିତି ଯାହା ହେବାକୁ ଆକଳନ କରିଛି ତାହାକୁ ବିଜେଡି ନେତାମାନେ ଆଗ୍ରାହ୍ୟ କରିଦେଇଥିଲେ , ବିଜେଡି ର ଜଣେ ଆଗୁଆ ନେତା କହିଛନ୍ତି ପୁଣି ବିରୋଧୀ କହିବେ ନବୀନ ଏହି ନମ୍ବର ୧ ମୁଖ୍ୟ ମନ୍ତ୍ରୀ ହେବା କଥା କୁ ପଇସା ଦେଇ କିଣି ଛନ୍ତି , କିନ୍ତୁ ଯଦି ତାଙ୍କୁ ସେହିକଥା କୁହ ଯାଏ ପୂର୍ବରୁ ତୁମେ ଯୋଉ ନିର୍ବାଚନ ଆକଳନ କରିଛ ତାହା ବି ସେହି ପରି , ସର୍ବୋପରି ବି ନବୀନ ଦେଶରେ ବନବାର -୧ .

Related Articles

Leave a Reply

Your email address will not be published. Required fields are marked *

Back to top button