ଓଡିଶା

କ୍ୟାବିନେଟ ନିଷ୍ପତ୍ତି ପରେ ବିରୋଧୀଙ୍କୁ ଜବାବ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ – bajravana

[ad_1]

ଭୁବନେଶ୍ୱର: କ୍ୟାବିନେଟ ନିଷ୍ପତ୍ତି ପରେ ବିରୋଧୀଙ୍କୁ କଡ଼ା ଜବାବ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ | ଗୃହରେ ବିରୋଧୀ ଡ୍ରାମା କରୁଛନ୍ତି | ବିଜେପି ଓ କଂଗ୍ରେସ ଏପରି ଡ୍ରାମା କରି ଦେଶରୁ ସଫା ହୋଇଯିବେ | ଆଦିବାସୀଙ୍କ ପାଇଁ କିଛି ନକରି କଂଗ୍ରେସ ଦେଶରେ ସଫା ହୋଇଛି | ବିଜେପି ମଧ୍ୟ ଏଥର ସଫା ହେବ | ବିଭିନ୍ନ ଫୋରମରେ ଆଲୋଚନା ହେଉଛି ଅନ୍ୟ ଜାତିମାନେ ସୁବିଧା ପାଉଛନ୍ତି, ଜନଜାତିମାନେ ସବୁ ସୁବିଧା ପାଇବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି | ଆଦିବାସୀମାନେ ଯେମିତି କୌଣସି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି l କ୍ୟାବିନେଟରେ ବିରୋଧୀମାନଙ୍କ ପାଇଁ କିଛି ସୁବିଧା ନଥିଲା, ତେଣୁ ଏହାକୁ କ୍ୟାବିନେଟ୍ ତର୍ଜମା କରିବାକୁ ଦେଇଛି | ବିଜେପି ସଦସ୍ୟମାନେ ନିଜର ମତାମତ ଦେବା ପାଇଁ କ୍ୟାବିନେଟ୍ ବ୍ୟବସ୍ଥା କରିଛି | ତେଣୁ ଗୃହରେ ବିଜେପି ଗପ ନକହୁ | କ୍ୟାବିନେଟକୁ ଧନ୍ୟବାଦ ଦିଅନ୍ତୁ | ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ଯେତେ ସବୁ ଭାଷା ଅଛି ତାକୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କାହିଁକି ବିଜେପି ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଉ ନାହିଁ । ତେଣୁ ଏଠି ବିଧାନସଭାରେ ଡ୍ରାମା ନକରି ଦିଲ୍ଲୀ ଯାଇ ଏହି ପ୍ରସଙ୍ଗ ଉଠାନ୍ତୁ । ଆଦିବାସୀଙ୍କୁ ହକ ମିଳୁ । ୧୯୭୦ ମସିହାରୁ ୧୬୯ଟି ଜାତି ଅଛନ୍ତି | ତାହାକୁ ଜନଜାତିର ମାନ୍ୟତା କାହିଁକି ମିଳୁନି | ବାରମ୍ବାର ରାଜ୍ୟ ଦାବି କରୁଛି | ବିଜେପିର କେନ୍ଦ୍ର ମନ୍ତ୍ରୀ ଓ ୯ ଜଣ ସାଂସଦ କାହିଁକି ୯ବର୍ଷ ଧରି ସଂସଦରେ ପଦେଟିଏ ବି କହିନାହାନ୍ତି ବୋଲି ବିଜେଡ଼ି ବିଜେପି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button