ଓଡିଶା

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ପାଞ୍ଚ ଗୋଟି ଶ୍ରେଷ୍ଠ ରଚନା

କବିଙ୍କ ଜୀବନର ଶ୍ରେଷ୍ଠ ନୈସର୍ଗିକ କାବ୍ୟ ବିଦଗ୍ଧ ଚିନ୍ତାମଣି , ଯେଉଁ କାବ୍ୟ କୁ କେହି ଗୀତା ପାଠ ପରି ଘୃଣାରେ ବି ପାଠ କଲେ ସେ ନିର୍ବାଣ ପ୍ରାପ୍ତହେବ ବୋଲି ଅଭିମନ୍ୟୁ ଜୋର ଦେଇ କହିଛନ୍ତି , ଏହା ବ୍ୟତୀତ ପ୍ରେମଚିନ୍ତାମଣି, ପ୍ରେମକାଳ , ସୁଲକ୍ଷଣା, ରସବତି ଓ ବିଦଗ୍ଧ ଗୀତିକା ନାମରେ ଏକ କ୍ଷୁଦ୍ର କବିତା ସଂକଳନ କରାଯାଇଛି , ଏହାକୁ କାବ୍ୟ ବୋଲି କୁହାଯାଇ ପାରିବ ନାହିଁ ତେଣୁ ୫ ଶ୍ରେଷ୍ଠ କାବ୍ୟ ମଧ୍ୟରେ ଏହାକୁ ସ୍ଥାନିତ କରାଇବାକୁ ଠିକ ମନେ କରିନାହୁଁ .,ଏହି କବିଙ୍କର ଜନ୍ମ ବର୍ତମାନର ଯାଜପୁର ଜିଲ୍ଲା ଅନ୍ତର୍ଗତ , ବରୀ ବ୍ଲକ ର ବାଲିଆ ଗ୍ରାମ ,ସେ ୧୭୬୦ ମସିହା ପବିତ୍ର ମାଘମାସ ର ମାଘ ସପ୍ତମୀ ଦିନ କବି ଙ୍କର ଜନ୍ମ ହୋଇଥିବା ବେଳେ ୧୮୦୬ ପବିତ୍ର ରଜ ସଂକ୍ରାନ୍ତି ରେ ଇହଧାମ ତ୍ୟାଗ କରିଥିଲେ .

ବିଦଗ୍ଧ ଚିନ୍ତାମଣି

ବିଦଗ୍ଧ ଚିନ୍ତାମଣି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ଓଡ଼ିଆ ସାହିତ୍ୟର ଏକ ମୂଲ୍ୟବାନ ଗ୍ରନ୍ଥ । ବିଦଗ୍ଧ ଚିନ୍ତାମଣି କାବ୍ୟରେ ଯଶୋଦା ବିଳାପ ବା କଳାମାଣିକରେ ଛାନ୍ଦ ଟି ଓଡ଼ିଶାର ଏକ ଜନପ୍ରିୟ ଛାନ୍ଦ . ଆଜିବି ଓଡ଼ିଆଣୀ ମା ଟି ତାର ସନ୍ତାନକୁ ସେହି ସଂଗୀତକୁ ଗାଈ ଶୁଆଇ ଦେଇଥାଏ , ୯୬ ଛାନ୍ଦ ରେ ଏହି କାବ୍ୟ ଟି ରଚିତ , ଏହି କାବ୍ୟ ର ଶବ୍ଦଯୋଜନ ଏତେ ସମୃଦ୍ଧ ଯେ ଏହି କାବ୍ୟ ର ସମକକ୍ଷ କାବ୍ୟ ସମଗ୍ର ସାହିତ୍ୟ ଜଗତରେ ନାହିଁ , ଏହି କାବ୍ୟର ଅପ୍ରାକୃତ ପ୍ରେମମୂର୍ତି ଜୟରାଧ ହରି ପଂକ୍ତି କୁ ମଧ୍ୟ ଆଜି ଓଡ଼ିଶାରେ ବୁଝିବାକୁ ସମର୍ଥ ହୋଇନାହାନ୍ତି , ଏହାକୁ କେହି କେହି ବିଦଗ୍ଧ ରାହାସ ବୋଲି କହିଥାନ୍ତି , ଏହି କାବ୍ୟର ୩୦ ଛାନ୍ଦ ରେ ସନ୍ଧ୍ୟା ବର୍ଣନା କରାଯାଇଛି ତାହା ଏତେ ସୁଗଭୀର ଆଉ ଭାବଗର୍ଭକ ଯେ ତାହାକୁ କଳନା କରିବା ଶକ୍ତି ଆମ ପାଖରେ ନାହିଁ .

ପ୍ରେମ ଚିନ୍ତାମଣି
ପ୍ରେମ ଚିନ୍ତାମଣିରେ ରାଧା କୃଷ୍ଣଙ୍କର ନିଵାଲୀଳା ବିଷୟରେ ବର୍ଣନା କରାଯାଇଛି । ପ୍ରେମର ପରିଭାଷା ଏଥିରୁ ସହଜରେ ଜାଣି ହୋଇଥାଏ।ଏହା ଦୁଇ ଭାଗରେ ବିଭକ୍ତ . ଏଥିରେ ପ୍ରେମର ଶ୍ୱାଶତ ସଜ୍ଞା ସମ୍ପର୍କରେ ଜଣାପଡ଼ିଥାଏ। ଅନେକ ଏହାକୁ ପ୍ରୀତି ଚିନ୍ତାମଣି ମଧ୍ୟ କହିଥାନ୍ତି।ଏହିପରି ମହାସୃଷ୍ଟି ପାଇଁ କବି ଆଜି ସର୍ବଜନ ବନ୍ଦିତା ହୋଇଛନ୍ତି ଯଦିଓ ପ୍ରେମଚିନ୍ତାମଣି କାବ୍ୟ ଭିତରକୁ ସାରସ୍ୱତ ସମାଜର ବହୁତ କାମ ବ୍ୟକ୍ତି ପ୍ରବେଶ କରିଛନ୍ତି .

ରସବତୀ

ରସବତୀ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଏକ ମୂଲ୍ୟବାନ ରଚନା। ଏହା ସାହିତ୍ୟପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ଏହା ଅତି ବୋଧଗମ୍ୟ ଭାଷାରେ ରଚିତ ହୋଇଛି।

ସୁଲକ୍ଷଣା
ଏହା ଭଞ୍ଜଙ୍କ ବିଚାର ଧାରାରେ ରଚିତ , ମାତ୍ର ୧୬ ଗୋଟେ ଛାନ୍ଦରେ ଏହା ସମୃଦ୍ଧ , ପ୍ରତି ଛାନ୍ଦରେ ୧୬ ପାଦ ରହିଛି , ୧୬ ଟି ଛାନ୍ଦ ୧୬ ଟି ରାଗରେ ରଚିତ , ପ୍ରତି ପାଦ ର ମୂଳ ଅକ୍ଷର ସ ବର୍ଣ ରେ ଲେଖାଯାଇଥିବା ବେଳେ , କାବ୍ୟ ତୀର ନାମ ମଧ୍ୟ ସ ଅକ୍ଷର ରେ ସୁଲକ୍ଷଣା ରଖା ଯାଇଛି , ଦୁର୍ଯ୍ୟୋଧନ ଙ୍କର ଏକମାତ୍ର କନ୍ୟା ସୁଲକ୍ଷଣା ଓ କୃଷ୍ଣଙ୍କର ପୁତ୍ର ଶାମ୍ବ ଙ୍କର ପରିଣୟ ଏହାର ବିଷୟ ବସ୍ତୁ , କବି ଲେଖିଛନ୍ତି
ଷୋଳ ଛାନ୍ଦ ଷୋଳ ପଦ ଏଥେ ରାଗ ଷୋଳ
ସୂର୍ଯ୍ୟ ପରି ଅକଳଙ୍କ ତହିଁ ସେ ମଞ୍ଜୁଳ

ପ୍ରେମକଳା
ପ୍ରେମକଳା ପ୍ରେମୀ ଯୁଗଳଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବର୍ଣ୍ଣନା କରିଥାଏ। ପ୍ରେମର ପରିଭାଷା ଏଥିରୁ ସହଜରେ ଜାଣି ହୋଇଥାଏ। ନାୟକ ନାୟିକାଙ୍କ ସମ୍ଭୋଗ ରୀତି ଚର୍ଯ୍ୟା ଉପରେ ଏହା ସନ୍ନିବେଶିତ

 

Related Articles

Leave a Reply

Your email address will not be published. Required fields are marked *

Back to top button