ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ଦଳର ରାଜ୍ୟ ପ୍ରଭାରୀ ଏ. ଚେଲାକୁମାର – bajravana
[ad_1]
ଭୁବନେଶ୍ୱର: ଆଜି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓଡିଶା କଂଗ୍ରେସର ରାଜ୍ୟ ପ୍ରଭାରୀ ଏ.ଚେଲାକୁମାର | ସେ କହିଛନ୍ତି କଂଗ୍ରେସ ‘ଘରେ ଘରେ କଂଗ୍ରେସ’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ବିଜେପି ଏବଂ ବିଜେଡି ସରକାରଙ୍କ ବିଫଳତାକୁ ନେଇ ଆମେ ଲୋକମାନଙ୍କ ପାଖକୁ ଯିବୁ। ରାଜ୍ୟରେ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି। ସରକାରୀ ଡାକ୍ତରଖାନରେ ଡାକ୍ତର ନାହାନ୍ତି। ଜଣେ ସାଧାରଣ ମଣିଷ ଏମିତି ପରିସ୍ଥିତିରେ କେମିତି ଚଳିପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଭିକେ ପାଣ୍ଡିଆନ ଭିଆରଏସ ନେବା ପରେ ୨୪ ଘଣ୍ଟା ମଧ୍ୟରେ ତାଙ୍କୁ କ୍ୟାବିନେଟ ପାହ୍ୟାରେ ଅବସ୍ଥାପିତ କରାଗଲା। ଯଦି ମୁଖ୍ୟମନ୍ତ୍ରୀ ଏତେ ଶୀଘ୍ର ଜଣଙ୍କୁ ପଦ ପ୍ରଦାନ କରିପାରୁଛନ୍ତି। ତେବେ ରାଜ୍ୟର ଉନ୍ନତି ପାଇଁ କାହିଁକି ସାଙ୍ଗେ ସାଙ୍ଗେ ପଦକ୍ଷେପ ନେଉନାହାନ୍ତି ବୋଲି ଚେଲାକୁମାର ପ୍ରଶ୍ନ କରିଛନ୍ତି । ରାଜ୍ୟବାସୀ ଆଉ କେତେ ବର୍ଷ ଶାସନ କରିବାକୁ ସୁଯୋଗ ଦେଲେ ତାଙ୍କୁ ତାଙ୍କର ମୌଳିକ ସୁବିଧା ମିଳିପାରିବ।
ବର୍ଷକୁ ୨ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି କଥା ସରକାର କହିଥିଲେ କିନ୍ତୁ ତାହା ପାଣିର ଗାର ପାଲଟିଯାଇଛି। ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ହଜାର ହଜାର ପଦବୀ ଖାଲି ପଡିଛି। ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦେବେ ସରକାର । ଏହା କେବଳ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କୁ ଅର୍ଥକୁ ପଂଚାୟତରେ ଦେବାକୁ ଯୋଜନା କରିଛନ୍ତି ସରକାର। ଏହି ଯୋଜନା ଅଧକ୍ଷ ଭାବରେ ମଧ୍ୟ ପାଣ୍ଡିଆନଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ କଣ ଆଉ କେହି ଦକ୍ଷ ଅଧିକାରୀ ନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସ୍ୱର ଉତ୍ତୋଳନ କଲେ ଗଣମାଧ୍ୟମ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ | ଲୋକଙ୍କ ସହ କଥା ହେଉନାହାନ୍ତି, କ୍ୟାବିନେଟ ମନ୍ତ୍ରୀଙ୍କ ସହ ବୈଠକ କରୁନାହାନ୍ତି, ଏହାର ଅର୍ଥ ଗଣତନ୍ତ୍ରଙ୍କୁ ହତ୍ୟା କରୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଚେଲାକୁମାର କହିଛନ୍ତି |
[ad_2]