ପାର୍ଟନରଙ୍କୁ ଛାଡ଼ିଲେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନି – bajravana
[ad_1]
ରୋମ୍: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ତାଙ୍କ ଦୀର୍ଘଦିନର ପୁରୁଷବନ୍ଧୁଙ୍କ ଠାରୁ ଅଲଗା ହୋଇଛନ୍ତି। ତାଙ୍କ ପୁରୁଷବନ୍ଧୁ ତଥା ପାର୍ଟନର ଜଣେ ଟେଲିଭିଜନ ସାମ୍ବାଦିକ ଏବଂ ତାଙ୍କ ନାମ ଆଣ୍ଡ୍ରି ଜିଆମବ୍ରୁନୋ। ଉଭୟଙ୍କ ମଧ୍ୟରେ ପ୍ରାୟ ୧୦ ବର୍ଷର ସଂପର୍କ ଥିଲା। ପୁରୁଷ ବନ୍ଧୁଙ୍କୁ ବିବାହ ନକରି ମେଲୋନି ଦୀର୍ଘବର୍ଷ ଧରି ଏକାଠି ରହୁଥିଲେ। ୨୦୧୫ ମସିହାରେ ସେମାନଙ୍କ ମଧ୍ୟରେ ଦେଖାସାକ୍ଷାତ୍ ହୋଇଥିଲା ଯାହା ପରେ ପ୍ରେମ ସଂପର୍କରେ ପରିଣତ ହୋଇଥିଲା। ସେମାନଙ୍କର ଏକ ୭ ବର୍ଷର ଝିଅ ରହିଛି। ପାର୍ଟନରଙ୍କ ସହିତ କଟାଇଥିବା ଭଲ ବର୍ଷଗୁଡ଼ିକ ପାଇଁ ସେ ତାଙ୍କ ପାର୍ଟନରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋ ଜୀବନର ମୂଲ୍ୟବାନ ଜିନିଷ ଆମ ଝିଅକୁ ସେ ମୋତେ ଦେଇଛନ୍ତି। ତେବେ ଆମର ରାସ୍ତା ବିଭାଜିତ ହୋଇଯାଇଛି ବୋଲି ମେଲୋନି କହିଛନ୍ତି।
ଉଲ୍ଲେଖଯୋଗ୍ୟ , ନିକଟରେ ଆଣ୍ଡ୍ରି ତାଙ୍କ ବୟାନ ଏବଂ କାର୍ଯ୍ୟକଳାପ ପାଇଁ ବିବାଦୀୟ ହୋଇ ପଡ଼ିଥିଲେ। ଗତ ଅଗଷ୍ଟରେ ଗଣଦୁର୍ଷମ ପାଇଁ ସେ ପୀଡ଼ିତାଙ୍କୁ ଦୋଷାରୋପ କରିଥିଲେ। ମହିଳାମାନେ ଅତ୍ୟଧିକ ମଦ୍ୟପାନ ନକଲେ ଗଣଦୁଷ୍କର୍ମକୁ ଏହାଇ ଦିଆଯାଇ ପାରିବ ବୋଲି ସେ କହିଥିଲେ। ଏଥିସହିତ ମହିଳା ସହକର୍ମୀଙ୍କ ପ୍ରତି ସାମ୍ବାଦିକ ଆଣ୍ଡ୍ରିଙ୍କ ବ୍ୟବହାର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେଥିପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା। ଆଣ୍ଡ୍ରିଙ୍କ ଏଭଳି ଆଚରଣ ପରେ ଇଟାଲି ପ୍ରଧାନମନ୍ତ୍ରୀ ଉକ୍ତ ନିଷ୍ପତ୍ତି ନେଇଛନ୍ତି। ତେବେ ସେମାନଙ୍କ ବନ୍ଧୁତାକୁ ସେ ଯେକୌଣସି ମୂଲ୍ୟରେ ରକ୍ଷା କରିବେ। ଇଟାଲି ପ୍ରଧାନମନ୍ତ୍ରୀଙ୍କ ବୟସ ୪୬ ବର୍ଷ ହୋଇଥିବା ବେଳେ ତାଙ୍କ ପାର୍ଟନରଙ୍କ ବୟସ ୪୨ ବର୍ଷ।
[ad_2]