ବିଶ୍ବକପ୍ : ଓ୍ବାର୍ଣ୍ଣର ଓ ମାର୍ସଙ୍କ ଶତକ, ପାକିସ୍ତାନ ଆଗରେ ୩୬୮ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ – bajravana
[ad_1]
ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ପାକିସ୍ତାନ ଆଗରେ ରନର ବିଶାଳ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ ।
ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଅଷ୍ଟ୍ରେଲିଆର କେତୋଟି ଓ୍ବିକେଟ ନେଇ ଚାପ ସୃଷ୍ଟି କରିବା ପାକିସ୍ତାନର ଲକ୍ଷ୍ୟ ଥିଲା । କିନ୍ତୁ ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ୍ ଓ୍ବାର୍ଣ୍ଣର ଓ ମିଚେଲ ମାର୍ସ ପାକିସ୍ତାନର ଏହି ଯୋଜନାରେ ପାଣି ପକାଇଦେଇଥିଲେ । ଉଭୟ ଓପନର ପ୍ରଥମ ଓ୍ବିକେଟ ଯୋଡ଼ିରେ ରେକର୍ଡ ୨୫୯ ରନ କରିଥିଲେ । ଓ୍ବାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ କରି ୧୬୩ ରନ କରିଥିବାବେଳେ ମାର୍ସ ୧୨୧ ରନ କରିଥିଲେ । ତେବେ ଏହି ଦୁଇ ଓ୍ବିକେଟର ପତନ ପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ଓ ନିମ୍ନକ୍ରମ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା ।
ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୫ଟି ଓ୍ବିକେଟ ନେଇଥିବାବେଳେ ହାରିସ ରୌଫ ୩ଟି ଓ୍ବିକେଟ ନେଇଥିଲେ । ଉସାମା ମୀର ଗୋଟିଏ ଓ୍ବିକେଟ ନେଇଥିଲେ ।
[ad_2]