୨୦ଦିନରେ ପରିବାରର ୫ଜଣଙ୍କୁ ମାରିଦେଲେ ୨ମହିଳା, କାରଣ କରିବ ଆଶ୍ଚର୍ଯ୍ୟ – bajravana
[ad_1]
ମୁମ୍ବାଇ: ୨୦ଦିନରେ ପରିବାରର ୫ଜଣଙ୍କୁ ମାରିଦେଲେ ୨ମହିଳା। ମହାରାଷ୍ଟ୍ରର ଗଡଚିରୋଲିରେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ରହସ୍ୟମୟ ପରିସ୍ଥିତିରେ ୨୦ଦିନ ମଧ୍ୟରେ ମୃତ୍ୟୁ ବରଣ କରିଥିଲେ। ପୂର୍ବରୁ ଏହାର କାରଣ ପୁଲିସ ଜାଣିପାରୁନଥିବା ବେଳେ ଏବେ ଏହି ହତ୍ୟା ପଛରେ ୨ଜଣ ମହିଳାଙ୍କ ହାତ ଥିବା ଜଣାପଡ଼ିଛି। ୨ଜଣ ମହିଳା ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଜଣେ ଘରର ବୋହୂ ଓ ଆଉ ଜଣେ ଘରର ସମ୍ପର୍କୀୟ ବୋଲି ସାମ୍ନାକୁ ଆସିଛି। ଏବେ ଦୁହିଁଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ସଙ୍ଘମିତ୍ରା କୁମ୍ଭାରେ ଓ ରୋଜା।
ସଙ୍ଘମିତ୍ରା ନିଜ ଶାଶୁ ଘର ଉପରେ ରାଗିଥିବା ବେଳେ ରୋଜା ନିଜ ନଣଦଙ୍କ ଉପରେ ସମ୍ପତ୍ତିକୁ ନେଇ ହେଉଥିବା ବିବାଦ ପାଇଁ ରାଗ ରଖିଥିଲେ। ଦୁହିଁଙ୍କ ଲକ୍ଷ ଗୋଟିଏ ଥିବାରୁ ବିଷ ଦେଇ ଦୁହେଁ ପରିବାରର ୫ଜଣ ସନସ୍ୟଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସେପ୍ଟେମ୍ବର ୨୦ରେ ଶଙ୍କର କୁମ୍ଭାରେ ଏବଂ ତାଙ୍କ ପତ୍ନୀ ତଥା ରୋଜାଙ୍କ ନଣଦ ବିଜୟାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ଦୁହିଁଙ୍କର ହୃଦଘାତ ହୋଇଥିଲା। ଭର୍ତ୍ତି ହେବାର ୬ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୬ରେ ଦୁହେଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଘରର ମୁୁରବୀଙ୍କୁ ହରାଇ ପରିବାର ଭାଙ୍ଗିପଡ଼ିଥିବା ବେଳେ ବିଜୟାଙ୍କ ୨ଝିଅ କୋମଲ ଓ ଆନନ୍ଦା ଏବଂ ପୁଅ ରୋଶନ(ସଙ୍ଘମିତ୍ରାଙ୍କ ସ୍ବାମୀ)ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ୩ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ୨ସପ୍ତାହ ପରେ ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ସମାନ କାରଣ ପାଇଁ ହେବାରୁ ଡାକ୍ତରଙ୍କର ସନ୍ଦେହ ହୋଇଥିଲା। ଶରୀରରେ ସମାନ ବିଷ ଥିବା ଦେଖି ଡାକ୍ତର ପୁଲିସକୁ ଜଣାଇଥିଲେ। ଏହା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ସଙ୍ଘମିତ୍ରା କୁମ୍ଭାରେ ଓ ରୋଜା ଦୁହେଁ ଅଭିଯୁକ୍ତ ବୋଲି ଜଣାପଡ଼ିଛି।
ଶାଶୁଘର ଲୋକଙ୍କ ପାଇଁ ସଙ୍ଘମିତ୍ରାଙ୍କ ବାପା ଜୀବନ ହାରିଥିବା ବେଳେ ବିଜୟା ନିଜ ଭାଇଙ୍କଠାରୁ ସମ୍ପତ୍ତି ଆଣିବାକୁ ଚାହୁଥିବାରୁ ରୋଜାଙ୍କର ତାଙ୍କ ଉପରେ ରାଗ ଥିଲା। ଦୁହେଁ କୁମ୍ଭାରେ ପରିବାରକୁ ଶେଷ କରିବାକୁ ଚାହୁଥିଲେ। ଏବେ ବି ପରିବାରର ଅନ୍ୟ ୩ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
[ad_2]