ଦେଶ ବିଦେଶ

୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା – bajravana

[ad_1]

ଭୁବନେଶ୍ୱର, ୧୭/୧୦ : ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିଜେ କରିବେ ଜଗତଜନନୀ ମା’ ଦୁର୍ଗା । ସବୁବେଳେ ଚର୍ଚ୍ଚାରେ ଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା କରିଛନ୍ତି । କର୍ଣ୍ଣାଟକ ଗସ୍ତରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଥିବାବେଳେ ବିଜାପୁରରେ ଏହି ସୁନ୍ଦର ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି । ନବରାତ୍ରୀ ଚାଲିଥିବା ବେଳେ ଦେବୀ ଦୁର୍ଗା ମା’ଙ୍କ ଆରାଧନା ପାଇଁ ପୁରା ଦେଶ ଚଳଚଞ୍ଚଳ ହୋଇଥିବା ବେଳେ ଏହି ଶାରଦୀୟ ପୂଜା ସମୟରେ ହିଁ ବିଶ୍ୱକପ ଅଭିଯାନ ଜାରି ରଖିଛି ଭାରତ । କର୍ଣ୍ଣାଟକର ବିଜାପୁର ଜିଲ୍ଲା ବାଶ୍ୱେଶ୍ୱର ଆଦିଶକ୍ତି ତରୁଣ ମଣ୍ଡଳ ସହପୀଠ ଅଞ୍ଚଳରେ ଏହି କୃତିକୁ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ସୁଦର୍ଶନ କହିଛନ୍ତି ପ୍ରଥମ ଥର ପାଇଁ ବାଲୁକାକଳାରେ ସେ ଲେମ୍ବୁ ବ୍ୟବହାର କରିଛନ୍ତି । ତେବେ ଅତି ଆକର୍ଷଣୀୟ ଏହି ବାଲୁକାକଳାଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button